ହରିଆଣାରେ ନଭେମ୍ବର ୨୦ ରୁ କୋଭାକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପ୍ରଥମ ଟିକା ନେବେ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍

275

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରୁ ହରିଆଣାରେ କରୋନା ଟିକା କୋଭାକସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ଏନେଇ ହରିଆଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ୍ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି କି ଏହି ଟିକା ନେବା ପାଇଁ ସ୍ୱେଚ୍ଛାସେବୀ ଭାବେ ତାଙ୍କ ନାମ ପଞ୍ଜିକରଣ କରିଛନ୍ତି ।
ସୂଚନା ଯୋଗ୍ୟ, ଦେଶର ୨୦ ଟି ଗବେଷଣା କେନ୍ଦ୍ରରେ ୨୫,୮୦୦ ସ୍ୱେଚ୍ଛାସେବୀଙ୍କୁ କୋଭାକସିନର ଟିକା ଦିଆଯିବ । ୨୦ ଟି କେନ୍ଦ୍ର ମଧ୍ୟରୁ ପିଜିଆଇଏମଏସ୍‌, ରୋହତକ ମଧ୍ୟ ଏହାର ସ୍ୱେଚ୍ଛାବେୀ ମାନଙ୍କୁ ଏହି ଟିକା ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡିଛି । କୋଭାକସିନ୍ ର ଗବେଷଣା ସହ ସାମିଲ ସହ -ଅନୁସନ୍ଧାନକାରୀ ଡକ୍ଟର ରମେଶ ବର୍ମା କହିଛନ୍ତି କି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି । ଏହି ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଯଥା ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଲ୍ୟାବ୍ ଟେକ୍ନିସିଆନଙ୍କ ବ୍ୟତିତ ଡାଇବେଟିସ୍‌,ରକ୍ତଚାପ, ହୃଦ ରୋଗ ଓ ଆଜମ୍‌। ରୋଗୀ ମଧ୍ୟ ଟିକା ପରୀକ୍ଷଣରେ ସାମିଲ ହୋଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ୩୭୫ ସ୍ୱେଚ୍ଛାସେବୀ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୮୦ ସ୍ୱେଚ୍ଛାସେବୀଙ୍କୁ କୋଭାକସିନ୍ ଟିକା ପ୍ରଦାନ କରାଯାଇଥିଲା । ବର୍ତମାନ ତୃତୀୟ ପର୍ଯ୍ୟାୟରେ ଏହି ସଂଖ୍ୟାକୁ ବୃଦ୍ଧି କରାଯାଇ ୨୫,୮୦୦ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଆସିବା ମାତ୍ରେ ଦିଆଯିବ ।
ଡକ୍ଟର ରମେଶ ବର୍ମା ଆହୁରି କହିଛନ୍ତି କି ସମସ୍ତ ସ୍ୱେଚ୍ଛାସେବୀଙ୍କୁ ୨ ଟି ପର୍ଯ୍ୟାୟରେ କୋଭାକସିନର ମାତ୍ରା ଦିଆଯାଇଛି । ଟିକା ନେବା ପରେ ସେମାନଙ୍କ ନିକଟରେ କୌଣସି ପାଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ । ଏହା ସହ ଟିକା ନେଇଥିବା କୌଣସି ସ୍ୱେଚ୍ଛାସେବୀ କରୋନା ସଂକ୍ରମିତ ହେବାର ରିପୋର୍ଟ ଆସିନାହିଁ । ଏଥିରୁ ଆଶା କରାଯାଉଛି କି ଏହି ଟିକା ମାଧ୍ୟମରେ କରୋନା ସଂକ୍ରମଣରୁ ବଞ୍ଚିଯାଇଥିବା ଲୋକଙ୍କୁ ରକ୍ଷା କରିବାରେ ସହାୟକ ହେବ ।