କନକ ବ୍ୟୁରୋ : ଅଧିକ ନଗଦ କାରବାର ହେଉଥିବା ଓଡ଼ିଶାର ମଙ୍ଗୁଳି ସମେତ ଦେଶର ୬୫ଟି ମଙ୍ଗୁଳି ସମେତ ୬୫ଟି ଟୋଲ ପ୍ଲାଜାରେ ଫାସଟ୍ୟାଗ ନିୟମ କୋହଳ ଫାସଟ୍ୟାଗ ନିୟମକୁ କୋହଳ କରାଯାଇଛି। ଆଜିଠାରୁ ୩୦ ଦିନ ପର୍ଯ୍ୟନ୍ତ ଏହି କୋହଳ ନିୟମ ଲାଗୁ ହେବ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁସାରେ, ଏହି ୩୦ ଦିନ ସମୟ ମଧ୍ୟରେ ଉପରୋକ୍ତ ୬୫ଟି ଟୋଲ ପ୍ଲାଜାରେ ଥିବା ଟୋଲ ଆଦାୟ ଲେନ୍ ମଧ୍ୟରୁ ୨୫ ପ୍ରତିଶତ ଲେନ୍କୁ ‘ହାଇବ୍ରିଡ ଲେନ୍’ ଭାବେ ପରିବର୍ତ୍ତନ କରିବା ଲାଗି କୁହାଯାଇଛି। ଯାହାର ଅର୍ଥ ଏହି ସବୁ ଲେନରେ ଉଭୟ ନଗଦ ଏବଂ ଫାସଟ୍ୟାଗ ପଦ୍ଧତିରେ ଟୋଲ୍ ଆଦାୟ କରାଯାଇପାରିବ। ଉପରୋକ୍ତ ୬୫ଟି ଟୋଲ୍ ପ୍ଲାଜା ମଧ୍ୟରେ ଓଡ଼ିଶା ଦେଇ ଯାଇଥିବା ୧୬ନମ୍ବର ଜାତୀରାଜପଥସ୍ଥିତ ମଙ୍ଗୁଳି ଟୋଲ ପ୍ଲାଜା ସାମିଲ୍ ରହିଛି।
ଏସବୁ ଟୋଲ ପ୍ଲାଜାରେ ଅଧିକ ନଗଦ କାରବାର ହେଉଥିବାରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଥିଲା। ବିଶେଷକରି, ଟୋଲପ୍ଲାଜାରେ ଦୁଇ ପାର୍ଶ୍ବରେ ଥିବା ହାଇବ୍ରିଡ୍ ଲେନଗୁଡ଼ିକରେ ଅଧିକ ଗାଡ଼ି ଭିଡ଼ ଜମୁଥିଲା। ଗାଡ଼ିଚାଳକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ୬୫ଟି ଟୋଲପ୍ଲାଜାର ୨୫ ପ୍ରତିଶତ ଲେନ୍କୁ ଅସ୍ଥାୟୀ ଭାବେ ହାଇବ୍ରିଡ୍ ଲେନ୍ ପରିବର୍ତ୍ତନ କରାଯିବ। ଏ ସଂକ୍ରାନ୍ତରେ ମନ୍ତ୍ରାଳୟ ପକ୍ଷରୁ ଏନ୍ଏଚ୍ଏଆଇକୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
ତେବେ ଚିହ୍ନଟ ଟୋଲ ପ୍ଲାଜାରେ ହାଇବ୍ରେଡ ଲେନକୁ ଯଥାସମ୍ଭବ କମ୍ ରଖିବାକୁ ମନ୍ତ୍ରାଳୟ ପକ୍ଷରୁ ଏନ୍ଏଚ୍ଏଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଅତିକମରେ ୭୫% ଲେନକୁ ‘ଫାସଟ୍ୟାଗ ଲେନ ଫି’ ପ୍ଲାଜା’ ଭାବେ ଅପରିବର୍ତ୍ତିତ ରଖିବାକୁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ୬୫ଟି ଟୋଲ ପ୍ଲାଜାରେ ଉପରୋକ୍ତ ବ୍ୟବସ୍ଥା ଅସ୍ଥାୟୀ ଭାବେ ମାତ୍ର ୩୦ ଦିନ ପାଇଁ ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ବାରୋପ କରାଯାଇଛି। ଯାହାଫଳରେ ଗାଡ଼ି ଚାଳକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହି ସମୟରେ ମଧ୍ୟ ସମ୍ପୂର୍ଣ୍ଣ ଫାସଟ୍ୟାଗ ବ୍ୟବସ୍ଥାକୁ ଲାଗୁ କରିବା ଏବଂ ଗାଡ଼ି ଭିଡ଼ ଦୂର କରିବା ଦିଗରେ ଏନଏଚଆଇ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/toll-gate-750x430.jpg)