ସମ୍ବଲପୁରରେ ସମ୍ବଲପୁରୀ ବସ୍ତ୍ରର ଫ୍ୟାସନ ସୋ: ବିଭିନ୍ନ ଡିଜାଇନର ସମ୍ବଲପୁରୀ ଶାଢି ଓ ଡ୍ରେସ୍ ପିନ୍ଧି ରାମ୍ପ ସୋରେ ଚାଲିଲେ ରାଜ୍ୟ ବାହାରର ମଡେଲ

85

କନକ ବ୍ୟୁରୋ: ସମ୍ବଲପୁରୀ କପଡାକୁ ନେଇ ସମ୍ବଲପୁରରେ ସମ୍ବଲପୁରୀ ଫେସନ ସୋ । ଦାମି ମୋଡେଲର ପିନ୍ଧିଲେ ସମ୍ବଲପୁରୀ ବସ୍ତ୍ର । ସମ୍ବଲପୁରୀ କପଡାର ତିଆରି ହୋଇଥିବା ବିଭିନ୍ନ ଡିଜାଇନ୍ର ପୋଷାକରେ ଖୁବ୍ ସୁନ୍ଦର ରାମ୍ପ ଶୋ । ଆଉ ଏଥିରେ ଦର୍ଶକଙ୍କ ମନ ଜଣିଲେ କୁନି ମଡେଲର ।

ସମ୍ବଲପୁରୀ କପଡାରେ ପ୍ରସ୍ତୁତ ପୋଷାକରେ ଦାମି ମଡେଲ୍ । ପୁଣି ଭଳିକି ଭଳି ଡିଜାଇନ୍ର ଡ୍ରେସ୍ ଓ ସାଢି ପିନ୍ଧି ରାମ୍ପ ସୋରେ ରାଜ୍ୟ ବାହାରର ମଡେଲ୍ । କଲିକତା, ଦିଲ୍ଲୀ ଓ ଓଡିଶାର ମଡେଲ୍ମାନେ ସମ୍ବଲପୁରୀ ବସ୍ତ୍ର ପିନ୍ଧି ରାମ୍ପରେ ଚାଲିଥିଲେ । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ନେକ୍ସଜେନ ତରଫରୁ ଏଭଳି ଫ୍ୟାସନ୍ ସୋ’ର ଆୟୋଜନ କରାଯାଇଥିଲା । ଯେଉଁଥିଲେ ଓଡିଶାର ହସ୍ତକଳା ବସ୍ତ୍ର ପରିଧାନ କରି ଶୋ ପ୍ରଦର୍ଶନ କରିଛନ୍ତି ମଡେଲ୍ ।

ପ୍ରଥମ କରି ସମ୍ବଲପୁରରେ କୁନି ମୋଡେଲଙ୍କୁ ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲା ସମ୍ବଲପୁରୀ କପଡାରେ ପ୍ରସ୍ତୁତ ହୋଇଥିବା ଆକର୍ଷଣୀୟ ପୋଷାକ ପିନ୍ଧି ରାମ୍ପରେ ଚାଲିଥିଲେ । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କୁନି ମଡେଲଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଆନ୍ତର୍ଜାତୀୟ ବଜାରରେ ସମ୍ବଲପୁରୀ ବସ୍ତ୍ର କିପରି ନିଜର ସ୍ଥାୟୀତ୍ୱ ବଜାୟ ରଖିପାରିବ ସେଥିପାଇଁ ଅନୁଷ୍ଠାନ ତରଫରୁ ପ୍ରୟାସ କରାଯାଇଛି । ସମ୍ବଲପୁରୀ ବୁଣାକାର ଦୁର୍ଦିନରେ ଗତି କରୁଥିବା ବେଳେ ଏଭଳି ଫେସନ୍ ସୋ ସେମାନଙ୍କୁ ଆଗାମୀ ଦିନରେ ସହାୟକ ହେବ ବୋଲି ଆଶା କରାଯାଉଛି ।