ସୋସିଆଲ୍ ମିଡିଆର ପ୍ରଭାବ ଯେ କେତେ ପ୍ରଭାବଶାଳୀ ତାହା ଏହି ଗୋଟିଏ ଉଦାହରଣରୁ ଆପଣ ଜାଣିବାକୁ ପାଇବେ । କିଛି ଦିନ ତଳେ ବାରପେଟା ଟାଉନ୍ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଜଣେ ଅଜ୍ଞାତ ମହିଳାଙ୍କୁ ରଣାଘାଟ ରେଳ ଷ୍ଟେସନରେ ସଙ୍ଗୀତଜ୍ଞ ଲତା ମଙ୍ଗେସକରଙ୍କ କ୍ଲାସିକାଲ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଏହି ବୃଦ୍ଧା ମହିଳାଙ୍କ ସୁମଧୁର ସ୍ୱର ଶୁଣି ସେହି ରାସ୍ତା ଦେଇ ଯାଉଥିବା ଲୋକମାନଙ୍କ ପାଦ ଆପଣାଛାଏଁ ସେଠାରେ ଅଟକି ଯାଉଥିଲା ।
ଲତା ମଙ୍ଗେସକର ଗାଇ ଥିବା ଗୀତ ‘ଏକ ପ୍ୟାର କା ନଗମା’ ସର୍ବଦା ଭାରତୀୟଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ଗୀତ ହୋଇ ରହିଛି। ଏହି ପ୍ରସିଦ୍ଧ ଗୀତଟିକୁ କିଛି ଦିନ ତଳେ ଗାଇ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ହୋଇଥିଲେ ଏହି ମହିଳା । ଭିଡିଓ ପୋଷ୍ଟ ହେବା ପରେ ଏହାକୁ ୩୯ହଜାର ଲାଇକ୍ ମିଳିବା ସହିତ ସାଢ଼େତିନି ହଜାରରୁ ଅଧିକ କମେଣ୍ଟ ଓ ୩୬ ହଜାରରୁ ବି ଅଧିକ ଲୋକ ସେୟାର କରିଥିଲେ । ଜଣେ ଫେସବୁକ ବ୍ୟବହାରକାରୀ ମହିଳାଙ୍କ ସ୍ୱର ଶୁଣି ‘ଅଜ୍ଞାତ କୋକିଳକଣ୍ଠୀ’ ଉପାଧି ମଧ୍ୟ ଦେଇଥିଲେ ।
ତେବେ ନିକଟରେ ମହିଳାଙ୍କର ଆଉ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯେଉଁଠି ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇପଡୁଛି । ରାନୁ ନାମ୍ନୀ ଏହି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଷ୍ଟେସନରେ ଗୀତ ଗାଇ ପେଟ ପୋଷୁଥିଲେ । କିନ୍ତୁ ତାଙ୍କର ଗୋଟିଏ ଗୀତ “ଏକ ପ୍ୟାରକା ନଗମା ହୈ” ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କର ଯେମିତି ଭାଗ୍ୟ ହିଁ ବଦଳିଯାଇଛି । ମାୟାନଗରୀ ମୁମ୍ବାଇର ବଡ ବଡ ସିଙ୍ଗିଙ୍ଗ୍ ଶୋ’ ରେ ଗୀତ ଗାଇବା ପାଇଁ ତାଙ୍କୁ ନିମନ୍ତ୍ରଣ ଆସୁଛି । ଯେଉଁଥିପାଇଁ ନିକଟରେ ତାଙ୍କର ବେଶପରିପାଟୀ (ମେକଓଭର୍ ) ମଧ୍ୟ କରାଯାଇଛି । ଶୋ’ ତରଫରୁ ତାଙ୍କର ଖାଦ୍ୟପେୟ ,ମେକଅପ୍ ଏବଂ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରାଯାଉଛି । ଛିଣ୍ଡା ଲୁଗାକୁ ପରିତ୍ୟାଗ କରି ସେ ଏବେ ଗୋଲାପୀ ଏବଂ ଧଳା ରଙ୍ଗର ସିଲ୍କ ଶାଢୀରେ ନଜର ଆସୁଛନ୍ତି । ତାଙ୍କର ନୂତନ ଫଟୋ ଏବଂ ପୁରୁଣା ଫଟୋ ଭିତରେ ଆକାଶ ପାତାଳ ତଫାତ୍ ରହିଛି । ଯାହାକୁ ଥରୁଟିଏ ଦେଖି ଚିହ୍ନିବା ବହୁତ୍ କଷ୍ଟକର । ନୂଆ ବେଶଭୂଷାରେ ସେ “ଜୋ ୱାଦା କିଆ ୱୋ ନିଭାନା ପଡେଗା ...” ଗୀତ ଗାଉଥିବା ନଜର ଆସୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/SM.jpg)
/kanak/media/post_attachments/wp-content/uploads/2019/08/68431007_659313564583257_4299477200639361024_n-300x225.jpg)
/kanak/media/post_attachments/wp-content/uploads/2019/08/68695958_659313694583244_7693513731220701184_n-195x300.jpg)