‘ଭାରତ ଯୋଡ’ ଯାତ୍ରା, ସାମିଲ ହେବେ ଫାରୁକ୍ ଅବ୍ଦୁଲ୍ଲା । କହିଲେ, ଏକଜୁଟ ରହିବା ସମୟର ଆବଶ୍ୟକତା

93

କନକ ବ୍ୟୁରୋ : କଂଗ୍ରେସର ଭାରତ ଯୋଡ ଯାତ୍ରା ଜାମ୍ମୁ-କାଶ୍ମୀରରେ ପହଂଚିବା ପରେ ନ୍ୟାସନାଲ କନଫରେନ୍ସରର ଅଧ୍ୟକ୍ଷ ଫାରୁକ ଅବ୍ଦୁଲ୍ଲା ରାହୁଲ ଗାନ୍ଧୀଙ୍କ ସହ ଯୋଡି ହେବେ । ଏନେଇ ନିଜେ ଫାରକୁ ଅବ୍ଦୁଲ୍ଲା ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଦେଶର ଏକତା ଓ ଅଖଣ୍ଡତାକୁ ବଞ୍ଚାଇ ରଖିବା ହେଉଛି ବର୍ତମାନ ସମୟର ଆବଶ୍ୟକତା ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କାଶ୍ମୀରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତ ଯୋଡ ଯାତ୍ରାର ନେତୃ୍ତ୍ୱ ନେଉଛନ୍ତି । ଏନେଇ ଫାରୁକ ଅବ୍ଦୁଲ୍ଲା କହିଛନ୍ତି କି, ଭାରତ ଯୋଡ ଯାତ୍ରା ଯେତେବେଳେ ଲଖନପୁର ପହଂଚିବ ମୁଁ ସେଠାରେ ପହଂଚି ରାହୁଲ ଗାନ୍ଧୀଙ୍କ ସହ ପଦଯାତ୍ରା କରିବି । ଆମେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଏକାସାଂଗରେ ଚାଲିବୁ ବୋଲି ସେ କହିଛନ୍ତି ।

ସେପଟେ ଭାରତ ଯୋଡ ଯାତ୍ରା ଆଜି ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ପହଂଚିଛି । ସେଠାରେ ଏହି ଯାତ୍ରାକୁ ଜୋରଦାର ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି । ଏଠାରେ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଯାଦବଙ୍କ ସହ ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି ।