କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ଅଧ୍ୟକ୍ଷ ଫାରୁକ ଅବ୍ଦୁଲା ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତନବୀର ସାଦିକ୍ ସୂଚନା ଦେଇଛନ୍ତି । ଏଭଳି ନିଷ୍ପତ୍ତି ପଛରେ ଥିବା କାରଣ ବି କହିଛନ୍ତି ଫାରୁକ ଅବ୍ଦୁଲା । ସେ କହିଛନ୍ତି କି, ନିଜର ଖରାପ ସ୍ୱାସ୍ଥ୍ୟୃ କାରଣରୁ ସେ ଏହି ପଦରୁ ଇସ୍ତଫା ଦେଇଛନ୍ତି ।
ସେପଟେ ଫାରୁକଙ୍କ ଇସ୍ତଫା ପରେ ପାର୍ଟିର ମଙ୍ଗ କିଏ ଧରିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସୂଚନା ମୁତାବକ ଡିସେମ୍ବର ୫ ତାରିଖରେ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇପାରେ । ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଫାରୁକ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ । ସେପଟେ ଫାରୁକଙ୍କ ପୁଅ ଓମାର ଏବେ ଦଳର ଉପାଧ୍ୟକ୍ଷ ପଦରେ ରହିଛନ୍ତି । କୁହାଯାଉଛି କି, ଫାରୁକଙ୍କ ପରେ ତାଙ୍କ ପୁଅ ଓମାର ଅବ୍ଦୁଲା ଦଳର ଅଧ୍ୟକ୍ଷ ହୋଇପାରନ୍ତି ।