ତାଲିବାନ ଶାସନକୁ ନେଇ ଫାରୁକ୍ ଅବଦୁଲ୍ଲାଙ୍କ ବଡ ବୟାନ । ଚିହିଁକି ଉଠିଲା ବିଜେପି 

398

କନକ ବ୍ୟୁରୋ : ଆଫଗାନିସ୍ଥାନରେ ତାଲିବାନ ସରକାର ଗଢିବାକୁ ଯାଉଛି । ଆଉ ଏହାରି ମଧ୍ୟରେ ଜମ୍ମୁ-କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲ୍ଲା ତାଲିବାନ ଶାସନକୁ ନେଇ ବଡ ବୟାନ ଦେଇଛନ୍ତି । ତାଙ୍କର କହିବା ଅନୁସାରେ, ତାଲିବାନ ଆଫଗାନିସ୍ଥାନକୁ ଭଲ ଶାସନ ଦେବ ।

ଶ୍ରୀନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାରୁକ୍ ଅବଦୁଲ୍ଲା କହିଛନ୍ତି । ଆଫଗାନିସ୍ଥାନରେ ତାଲିବାନକୁ ଇସଲାମିକ୍ ନିୟମକୁ ଆଧାର କରି ଶାସ କରିବା ଦରକାର । ଆଶା କରିବା ତାଲିବାନ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବ । ଦୁନିଆର ସମସ୍ତ ଦେଶମାନଙ୍କ ସହ ତାଲିବାନ ଭଲ ସମ୍ପର୍କ ରଖି ଆଗକୁ ବଢିବା ଆବଶ୍ୟକ  ।


ତେବେ ଫାରୁକ୍ ଅବଦୁଲ୍ଲାଙ୍କ ଏହି ବୟାନକୁ ନେଇ ଚିହିଁକି ଉଠିଛି ବିଜେପି । ବିଜେପି ନେତା ଏବଂ ଜମ୍ମୁ-କାଶ୍ମୀରର ପୂର୍ବତ୍ତନ ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂଙ୍କୁ ଟାର୍ଗେଟ କରି କହିଛନ୍ତି, ଆଫଗାନିସ୍ଥାନରେ ତାଲିବାନ ମହିଳାଙ୍କ ଉପରେ ଅତ୍ୟାଚାର କରୁଛି କିନ୍ତୁ ଫାରୁକ୍ ଅବଦିଲ୍ଲା ତାଲିବାନଙ୍କ ସପକ୍ଷରେ ବୟାନ ଦେଉଛନ୍ତି । ଯାହା ଅତ୍ୟନ୍ତ ଲଯ୍ୟାଜନକ ।

ନିର୍ମଳ ସିଂ କହିଛନ୍ତି ଯେ ଫାରୁକ୍ ଅବଦୁଲ୍ଲା କେବଳ ସେହି ଦେଶରେ ଧର୍ମନିରପେକ୍ଷତା ଚାହୁଁଛନ୍ତି ଯେଉଁଠାରେ ମୁସଲମାନମାନେ ସଂଖ୍ୟାଲଘୁ ଅଟନ୍ତି । କିନ୍ତୁ ଯେଉଁଠାରେ ମୁସଲମାନମାନେ ସଂଖ୍ୟାଗରିଷ୍ଠ, ସେମାନେ ଇସଲାମିକ ନିୟମ ଚାହୁଁଛନ୍ତି ।