କନକ ବ୍ୟୁରୋ: ଜାମ୍ମୁକଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନଫେରେନ୍ସ ନେତା ଫାରୁକ ଅବଦୁଲାଙ୍କୁ ଜେରା । ବିସିସିଆଇ ଫଣ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ଫାରୁକଙ୍କୁ ୩ଘଣ୍ଟା ଧରି ଜେରା କରିଛି । ମାମଲାରେ ଫାରୁକଙ୍କୁ ପୂର୍ବରୁ ୩ଥର ଜେରା କରିସାରିଛି ଇଡି । ୨୦୦୨ ରୁ ୨୦୧୨ ମସିହାରେ ଜାମ୍ମୁକଶ୍ମୀର କ୍ରିକେଟ ଆସୋସିଏସନରେ ଏକ ବଡଧରଣର ଅର୍ଥ ହେରଫେର ଅଭିଯୋଗ ହୋଇଥିଲା ।

Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର କ୍ରିକେଟ ଆସୋସିଏସନ ଉନ୍ନତି ପାଇଁ ବିସିସିଆଇ ପକ୍ଷରୁ ୧୧୩ କୋଟି ମୋଟା ଅଙ୍କର ଅର୍ଥ ରାଶି ଦିଆଯାଇଥିଲେ ବି ଏଥିରୁ କେବଳ ୪୩କୋଟି କାର୍ଯ୍ୟରେ ଲଗାଯାଇଥିଲା ଓ ବାକି ଅର୍ଥ ବାଟବଣା ହୋଇଥିଲା । ବଡଅଭିଯାଗ ଆସିବା ପରେ ସିବିଆଇ ତଦନ୍ତ ଭାର ନିଜ ହାତକୁ ନେଇଥିଲା । ଏହି ମାମଲାରେ ଆଜି ପୁଣି ଥରେ ଫାରୁକଙ୍କୁ ଜେରା କରାଯାଇଛି । ସିବିଆଇ ଦ୍ୱାରା ଦର୍ଜ ଏଫଆଇଆର ଆଧାରରେ ମାମଲା ରୁଜୁ କରିଛି ଇଡି ।