କନକ ବ୍ୟୁରୋ: ଫସଲ ହାନୀରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ । ଚାଷ ନଷ୍ଟ ହୋଇଗଲା, କରଜ ସୁଝିବେ କେମିତି, ପିଲା ଛୁଆ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ଭାଙ୍ଗି ପଡିଥିଲେ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଫଟାଚାଂଚଜା ଗାଁର ଚାଷୀ ଗୌରଚନ୍ଦ୍ର କାର୍ଜି । ପାଣି ଅଭାବରୁ ଧାନ ଓ ମକା ଫସଲ ଉଜୁଡି ଯିବା ପରେ ଚାଷୀ ଜଣଙ୍କ କିଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି ସଂଧ୍ୟାରେ ଚାଷ କାମ ସାରି ଫେରିବା ପରେ ବିଷ ପିଇଦେଇଥିଲେ ଗୌରଚନ୍ଦ୍ର । ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ମୋହନା ଡାକ୍ତରଖାନାରେ ଭର୍ତି କରିଥିଲେ । ପରେ ସେଠାରୁ ବ୍ରହ୍ମପୁର ଏମକେସିଜିକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।