ବନ୍ୟା ପରେ ଉଜୁଡି ଗଲା ଚାଷ : ରାଜ୍ୟର ବିଭିନ୍ନରେ ଆକାଶ ଛୁଆଁ ପରିବା ଦର; ଆଳୁ, ପିଆଜ, ଟମାଟୋ ଦର ସାଜିଛି ଖାଉଟିଙ୍କ ପାଇଁ କୋରଡା ମାଡ

Advertisment
ବନ୍ୟା ପରେ ଉଜୁଡି ଗଲା ଚାଷ : ରାଜ୍ୟର ବିଭିନ୍ନରେ ଆକାଶ ଛୁଆଁ ପରିବା ଦର; ଆଳୁ, ପିଆଜ, ଟମାଟୋ ଦର ସାଜିଛି ଖାଉଟିଙ୍କ ପାଇଁ କୋରଡା ମାଡ
କନକ ବ୍ୟୁରୋ : ବନ୍ୟା ଗଲା, ଏବେ ଦାଉ ସାଧୁଛି ପରିବା ଦର ।  ବଜାରରେ ଆକାଶଛୁଆଁ ପରିବା ଦର । କେଉଁ ପରିବାରେ ବି ହାତ ମାରିହେଉନି ।  ଏପରିକି  ଆଳୁ ଓ ପିଆଜ ଦର ବି ଆକାଶଛୁଆଁ ହେଲାଣି ।  ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି ।  କିଛି ପରିବା ଦର ଶହେ ଉପରେ ବି ଅଛି ।  ବନ୍ୟାରେ ଚାଷ ଉଜୁଡିଯିବା ଯୋଗୁଁ ପରିବା ଦର ଏଭଳି ଥିବା କୁହାଯାଉଛି ।  ଏପରିକି ଖରାଦିନି ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦକ କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି ।
ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ ଭଳି ପରିବା ୭୦ ଉପରେ ଅଛି ।  ଅନ୍ୟ କିଛି ପରିବା  ଶହେ ଉପରେ ରହିଛି ।  କରୋନା ମହାମାରୀ ସମୟରେ ଜୀବିକା ପାଇଁ ଲୋକେ ସଂଘର୍ଷ କରୁଥିବାବେଳେ ପରିବା ଦର ଲୋକଙ୍କୁ ବେଶ ବାଧିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe