କନକ ବ୍ୟୁରୋ : ବନ୍ୟା ଗଲା, ଏବେ ଦାଉ ସାଧୁଛି ପରିବା ଦର । ବଜାରରେ ଆକାଶଛୁଆଁ ପରିବା ଦର । କେଉଁ ପରିବାରେ ବି ହାତ ମାରିହେଉନି । ଏପରିକି ଆଳୁ ଓ ପିଆଜ ଦର ବି ଆକାଶଛୁଆଁ ହେଲାଣି । ଅନ୍ୟ ପରିବା ଦର ପାଖାପାଖି ୬୦ରୁ ଅଧିକ ରହିଛି । କିଛି ପରିବା ଦର ଶହେ ଉପରେ ବି ଅଛି । ବନ୍ୟାରେ ଚାଷ ଉଜୁଡିଯିବା ଯୋଗୁଁ ପରିବା ଦର ଏଭଳି ଥିବା କୁହାଯାଉଛି । ଏପରିକି ଖରାଦିନି ପରିବା ଭେଣ୍ଡି ଅନେକ ସ୍ଥାନରେ ୫୦ରୁ ଅଧିକ ରହିଥିବାବେଳେ ବାଇଗଣ, ଟମାଟ ଦକ କିଲୋପ୍ରତି ୫୦ରୁ ଅଧିକ ଟଙ୍କା ରହିଛି ।
ପୋଟଳ, କାଙ୍କଡ, ଝୁଡଙ୍ଗ ଓ ବିନ ଭଳି ପରିବା ୭୦ ଉପରେ ଅଛି । ଅନ୍ୟ କିଛି ପରିବା ଶହେ ଉପରେ ରହିଛି । କରୋନା ମହାମାରୀ ସମୟରେ ଜୀବିକା ପାଇଁ ଲୋକେ ସଂଘର୍ଷ କରୁଥିବାବେଳେ ପରିବା ଦର ଲୋକଙ୍କୁ ବେଶ ବାଧିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/vlcsnap-2019-11-04-16h30m43s843-750x430.png)