କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା ।

127

କନକ ବ୍ୟୁରୋ: କଂକ୍ରିଟ ଛାତ ଉପରେ ପରିବା ଚାଷ । ଛାତ ଉପରେ ହେଇଛି ଏକ ମିନି ବଗିଚା । ଯେଉଁଠି ଲାଗିଛି ଅନେକ କିସମର ଫୁଲ ଗଛ । ଆଉ ତା ସାଙ୍ଗକୁ ଭିଳି କି ଭଳି ପନିପରିବା । ବାଲେଶ୍ୱର କମର୍ଦା ଅଞ୍ଚଳର ବାସିନ୍ଦା ହେଉଛନ୍ତି ପ୍ରଦୀପ ମହାନ୍ତି । ପ୍ରଦୀପ ନିଜ ଛାତ ଉପରେ କରିଛନ୍ତି ଏହି ମିନି ବଗିଚା । କଂକ୍ରିଟ ଛାତକୁ ଏମିତି ଶୈଳୀରେ ତିଆରି କରିଛନ୍ତି ଯାହାକି କିଚେନ ଗାର୍ଡନକୁ ବେଶ ସୁହାଉଛି ।

ଗୋଟିଏ ଜାଗାରେ ଫୁଲରୁ ନେଇ ଭଳି କି ଭଳି ପରିବା ଲଗାଇଛନ୍ତି । ସିମେଣ୍ଟ ବିମ୍ ସହ ପ୍ଲାଷ୍ଟିକ ପାତ୍ରରେ ଲାଗିଛି ବିଭିନ୍ନ ଗଛ । କେଉଁଠି ବାଇଗଣ ଗଛ ଲାଗିଛି ତ ଆଉ କେଉଁଠି ଟମାଟୋ ଗଛ । ତା ସାଙ୍ଗକୁ ବିନ୍ସ ଓ କଲରା ଲାଗିଛି । ଭଳି କି ଭଳି ସୁନ୍ଦର ସୁନ୍ଦର ଫୁଲରେ ଗାର୍ଡେନର ସୌନ୍ଦଯ୍ୟ ଆହୁରି ଦୁଇ ଗୁଣିତ ହେଉଛି । ସବୁଠୁ ବଡ କଥା ହେଲା କିଚେନ ଗାର୍ଡନରେ ପ୍ରଦୀପ କୌଣସି ରାସାୟନିକ ସାର ଦେଇନଥାନ୍ତି । ସାର ବଦଳରେ ହାତ ତିଆରି ଖତ ବ୍ୟବହାର କରି ଏହି ସବୁ ଉତ୍ପାଦନ କରିଛନ୍ତି ।

ଗାଁ ଗହଳିରେ ଲୋକେ ଏବେ ସହରୀ ଢାଞ୍ଚାରେ କରୁଛନ୍ତି ଚାଷ । ଆଉ ଏହି ଭଳି ଉପାୟ ଆପଣାଇଛନ୍ତି ପ୍ରଦୀପ । ୧ ହଜାରରୁ ଅଧିକ ପରବା ଚାଷ କରିଛନ୍ତି କିଚେନ୍ ଗାର୍ଡେନରେ । ରାସାୟନିକ ସାର କ୍ଷତିକାରକ ହୋଇଥିବା ବେଳେ ପ୍ରଦୀପ କିନ୍ତୁ ପୁରା ଜୈବିକ ସାର ପ୍ରୟୋଗ କରି ଏହି ସୁନ୍ଦର କିଚେନ୍ ଗାର୍ଡେନ ତିଆରି କରିଛନ୍ତି । ଯାହାଫଳରେ ଏଥିରରୁ ଉତ୍ପାଦିତ ପନିପରିବାର ମଧ୍ୟ ଡିମାଣ୍ଡ ବହୁତ ରହିଛି । ଏହା ଦ୍ୱାରା ଅର୍ଥ ସଂଚୟ ହେବା ସହିତ ଭଲ ଓ ତାଜା ପରିବା ଲୋକଙ୍କୁ ମିଳିପାରୁଛି । ପ୍ରଦୀପଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି । ଜଣେ ଲୋକ ନିଜର ଜାଗା ନଥିଲେ ବି ଛାତ ଉପରେ ସୁନ୍ଦର ଭାବେ ଏହିଭଳି କିଚେନ୍ ଗାର୍ଡେନ କରି ବେଶ ଲାଭବାନ୍ ହୋଇପାରିବେ ।