ବେଡି ଉପରେ କରଡା ମାଡ, ଚାଷୀ ମୁଣ୍ଡରେ କରୋନା ମାଡ ! କରୋନା କଟକଣା ପାଇଁ ବଜାରରେ ପହଞ୍ଚି ପାରୁନି ଅମଳ । କାଳବୈଶାଖୀ ମାଡରେ ମାଟିରେ ଲୋଟି ପଡିଛି ଚାଷୀର ସବୁ ସ୍ୱପ୍ନ

Advertisment
ବେଡି ଉପରେ କରଡା ମାଡ, ଚାଷୀ ମୁଣ୍ଡରେ କରୋନା ମାଡ ! କରୋନା କଟକଣା ପାଇଁ ବଜାରରେ ପହଞ୍ଚି ପାରୁନି ଅମଳ । କାଳବୈଶାଖୀ ମାଡରେ ମାଟିରେ ଲୋଟି ପଡିଛି ଚାଷୀର ସବୁ ସ୍ୱପ୍ନ

କନକ ବ୍ୟୁରୋ: କରୋନା ପାଇଁ ଲକ୍ ଡାଉନ୍ । ଆଉ ଏହି ଲକଡାଉନ୍ ପାଇଁ ସବୁ ଶ୍ରେଣୀ, ସବୁ ବର୍ଗର ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ଦିନ ମଜୁରିଆଙ୍କ ଠାରୁ ନେଇ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ବର୍ତ୍ତମାନ ଚାଷୀ ମୁଣ୍ଡରେ ଚଡକ ପଡିଯାଇଛି । କାରଣ ଚାଷୀର ଫସଲ ଉଚିତ୍ ଦରରେ ବିକ୍ରି ହୋଇ ପାରୁନାହିଁ ।

ବେଢି ଉପରେ କରଡା ମାଡ । ଚାଷୀ ମୁଣ୍ଡରେ କରୋନା ମାଡ । ଭୂତାଣୁ କଟକଣା ଯୋଗୁଁ ବଜାରରେ ପହଂଚି ପାରିଲାନି ଅମଳ କଦଳୀ । ଆଉ ଏବେ କାଳବୈଶାଖୀ ମାଡରେ ମାଟିରେ ଲୋଟି ପଡିଛି ଫଳନ୍ତି କଦଳୀ ଗଛ । ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ମାଲକାନାଗିରିର ଏମ.ଭି ୯ ଗାଁର କଦଳୀ ବଗିଚା । ଗତ ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡବର୍ଷା ଯୋଗୁଁ ପ୍ରାୟ ୬୦ ଏକର ଜମିରେ କଦଳୀ ଚାଷ ନଷ୍ଟ ହୋଇଛି । ଆଉ ଏବେ ଉଜୁଡା କ୍ଷେତକୁ ଦେଖି ଋଣ ପରିଶୋଧର ଚିନ୍ତା କରୁଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ସୁନ୍ଦରଗଡ ଜିଲ୍ଲାର ବହୁ ଚାଷୀ ଅଗଣାରେ ଗଦା ହୋଇଛି ଶହ ଶହ ଧାନ ବସ୍ତା । କରୋନା ଲକ ଡାଉନ ପୂର୍ବରୁ ଏସବୁ ଧାନ ବିକ୍ରି ପାଇଁ ଚାଷୀଙ୍କୁ ଟୋକନ ମିଳିଥିଲା । ହେଲେ ଟାର୍ଗେଟ ସରି ଯାଇଥିବା ଦର୍ଶାଇ ଜିଲ୍ଲା ପ୍ରଶାସନ ଧାନ କିଣି ନଥିଲା । ପରେ ଅନ୍ୟ ଉପାୟରେ ଧାନକୁ ବିକ୍ରି ପାଇଁ ଚାଷୀ ଚିନ୍ତା କରୁଥିବା ବେଳେ ତାଲା ବନ୍ଦ ଘୋଷଣା କରାଗଲା । ଆଉ ଏ ହେଉଛି ଏବର ସ୍ଥିତି । ବର୍ଷକର ପରିଶ୍ରମକୁ ବିକ୍ରି କରି ନପାରି ମାନସିକ ଚାପରେ ରହୁଛନ୍ତି ଚାଷୀ । ଅନ୍ୟପଟେ ଲକ୍ ଡାଉନ୍ ଯୋଗୁଁ ଚାଷୀଙ୍କ ଧାନ ବିକ୍ରି ପ୍ରସଙ୍ଗରେ ନିଜ ଅସମର୍ଥତା ପ୍ରକାଶ କରିିଛନ୍ତି ବିଧାୟିକା କୁସୁମ ଟେଟେ ।

ମାଲକାନଗିରିର କଦଳୀ ଓ ସୁନ୍ଦରଗଡ ଧାନ ଚାଷୀଙ୍କ ସମସ୍ୟା ଜାଣିବା ପରେ ଏବେ ପୁରୀର ପରିବା ଫସଲ କଥା ଜାଣନ୍ତୁା ଲଙ୍କା, ଭେଣ୍ଡି, କାକୁଡି, ଜହ୍ନି, କଖାରୁ, ବାଇଗଣ ଭଳି ପନିପରିବା ଚାଷ କରି ପେଟ ପୋଷିବାକୁ ଆଶା ରଖିଥିଲେ ପୁରୀ ସଦର ବ୍ଲକ ଅଂଚଳର ଚାଷୀ । କରୋନା କଟକଣା ଯୋଗୁଁ ବେପାରୀ ଆସୁନାହାନ୍ତି, ନିଜେ ବଜାରରେ ବିକ୍ରି କଲେ ଉପଯୁକ୍ତ ଦାମ ମିଳୁନି, ତେଣୁ ବିଲରେ ପରିବା ତୋଳିବାକୁ ଆଗ୍ରହ ଦେଖାଉନାହାନ୍ତି ଚାଷୀ । ତାଲା ବନ୍ଦ ଯୋଗୁଁ ସବୁ କିଛି ପ୍ରଭାବିତ ହୋଇଛି । ହେଲେ ଭୂତାଣୁ ମୁହଁରୁ ଜୀବନ ବଂଚାଇବା ପାଇଁ ସରକାରୀଙ୍କ ଉଦ୍ୟମକୁ ମଧ୍ୟ ଲୋକେ ମାନୁଛନ୍ତି । କିନ୍ତୁ ଏଥିପାଇଁ ଚାଷୀକୂଳକୁ ବହୁ ମୂଲ୍ୟ ଦେବାକୁ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe