ମରୁଡି, ବନ୍ୟା ପରେ ଏବେ ଦାଉ ସାଧିଛି ଅଦିନିଆ ବର୍ଷା । ଭିଜିଗଲା ପଦ୍ମପୁର ବରିକେଲ ମଣ୍ଡିରେ ପଡି ରହିଥିବା ୨୦ ହଜାର ବସ୍ତା ଧାନ

114

କନକ ବ୍ୟୁରୋ : ମଣ୍ଡିରେ ପଡିଛି ହଜାର ହଜାର ପ୍ୟାକେଟ ଧାନ । ହଠାତ ମାଡି ଆସିଲା ଅଦିନିଆ ବର୍ଷା । ବର୍ଷାରେ ଭିଜି ଯାଇଛି ଚାଷୀଙ୍କ ଧାନ । ଏ ଚିତ୍ର ହେଉଛି ପଦ୍ମପୁର ଉପଖଣ୍ଡ ବରିକେଲ ମଣ୍ଡିର । ଖୋଲା ଆକାଶ ତଳେ ପଡିଛି ପ୍ରାୟ ୨୦, ୦୦୦ ପ୍ୟାକେଟ ଧାନ । ତେବେ ମଣ୍ଡିରେ ଟ୍ୟାଗ ଥାଇ ମଧ୍ୟ୍ୟ ଧାନ ଉଠୁନି, କାରଣ ମିଲର୍ସଙ୍କ ମନ ମୁତାବକ ଚାଲିଛି ମଣ୍ଡି । ଧାନ ଉଠାଇବା ପାଇଁ ଗାଡି ପଠାଉ ନହାନ୍ତି ମିଲର୍ସ । ତେବେ ଗୋଟିିଏ ପଟେ ଟୋକନ ଲାପ୍ସର ଚିନ୍ତା । ଅନ୍ୟପଟେ ଓଦା ଧାନ ଚାଷିଙ୍କୁ ନାକେଦମ୍ କରିଛି । ଗତକାଲି ଅପରାହ୍ଣ ପ୍ରାୟ ୪ଟା ସମୟରେ ହଠାତ ମେଘ ଘୋଟି ଆସିଥିଲା । ବର୍ଷା ଯୋଗୁଁ ମଣ୍ଡିରେ ରହିଥିବା ହଜାର ହଜାର ବସ୍ତା ଧାନ ଓଦା ହୋଇଯାଇଛି ।