କନକ ବ୍ୟୁରୋ : ପାଣି ଚିନ୍ତାରେ ଧାନ ଚାଷୀ । ନାଳରେ ନାହିଁ କେନାଲ ପାଣି । କେଉଁଠି କୁତ୍ରିମ ବର୍ଷା ସୃଷ୍ଟି ହୋଇଛି ତ ଆଉ କେଉଁଠି ବିଲରେ ପାଣିନଥିବାରୁ ଜମିରେ ଧାନ ତଳି ରୁଆ ହୋଇପାରିନି । ଏଭଳି ସମୟରେ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି ଜଳସେଚନ ବିଭାଗର ଅବହେଳା । ସବ କେନାଲ ଅଛି ହେଲେ ପାଣି ଆସୁନି । ଏଭଳି ଜଳସଙ୍କଟ ପରିସ୍ଥିତି ଦେଇ ଗତିକରୁଛି କଟକ ଜିଲ୍ଲା ନିଆଳି ବ୍ଲକର ଚାଷୀ । ପାଣିର ଅଭାବ ଯୋଗୁଁ ଜମିରେ ଏବେ ଚାଷ କାମ ହୋଇପାରିନି । ଚଳିତବର୍ଷ ଚାଷୀ ତାର ବର୍ଷର ଖାଦ୍ୟ ଶସ୍ୟ ପ୍ରସ୍ତୁତ କରିବାରେ ପଛେଇ ଯାଇଛି । ଗତବର୍ଷାରେ ଚାଷୀ କ୍ଷେତରେ ହଳକରି ଧାନ ବୁଣିଥିଲା ।
ଆଶା କରିଥିଲା ଭଲ ଫସଲ ହେବ । ହେଲେ ଡହ ଡହ ଖଲା ଚାଷୀର ଆଶାକୁ ଜାଳିପୋଡି ଦେଇଛି । ନିଆଳିର ପିତାପଡା, ଏରଂଚ, ବିନିଶପୁର ଭଳି ଅଂଚଳରେ ଶତପ୍ରତିଶତ ଧାନ ଚାଷ ହୋଇପାରିନାହିଁ । କେନାଲରେ ଜଳସମ୍ପଦ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣି ବି ଛଡାଯାଉନି । ଫଳରେ ଚାଷୀଙ୍କ ଚିନ୍ତା ବଢିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/vlcsnap-2019-07-23-16h51m41s203.png)