କନକ ବ୍ୟୁରୋ: ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ବୁରେମୁଣ୍ଡା ଧାନମଣ୍ଡି । କଟନୀ ଛଟନୀ ପାଇଁ ଧାନ ବିକ୍ରି କରିପାରୁନଥିବା ଅଭିଯୋଗ କରିଛନ୍ତି ବଇଦପାଲି ଗାଁର ଚାଷୀ ଜଗମୋହନ ସେଠ । ସେହିପରି ବୁରୋମୁଣ୍ଡା ଗାଁର ଚାଷୀ ରାମଚନ୍ଦ୍ର ବାଗ୍ ୭୧ କ୍ୱିଂଟାଲ ୫୦ କେଜି ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଆଣିଥିଲେ । ମିଲର ଧାନ ଭଲ ନଥିବା କହି ୪ କେଜି ଧାନ ଅଧିକ ନେଇଥିବା ଅଭିଯୋଗ କରିଛନ୍ତି ଚାଷୀ ରାମଚନ୍ଦ୍ର । ସେପଟେ ମଣ୍ଡି ଦାୟିତ୍ୱର ଥିବା ଦୁଗେଶ୍ୱରୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏହି ଅଭିଯୋଗ ଖଣ୍ଡନ କରିଛନ୍ତି ।
ସେପଟେ ସମସ୍ୟା ଯେମିତି ଚାଷୀଙ୍କ ପିଛା ଛାଡ଼ୁନି । ଏପର୍ଯ୍ୟନ୍ତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଖୋଲିନାହିଁ ସରକାରୀ ଧାନମଣ୍ଡି । ଚାଷୀ ଅଭାବି ଧାନ ବିକ୍ରିର ଶିକାର ହୋଇ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ହଜାର ହଜର ଟଙ୍କା କ୍ଷତି ସହୁଛନ୍ତି । ମଣ୍ଡିର ଧାନ ବିକିଲେ କ୍ୱିଂଟାଲ ପିଛା ୨ ହଜାର ୪୦ ଟଙ୍କା ମିିଳିବା ସରକାରୀ ଧାର୍ଯ୍ୟ ରହଛି । କିନ୍ତୁ ଧାନମଣ୍ଡି ନଖୋଲିବା ଯୋଗୁଁ କ୍ୱିଂଟାଲ ପିଛା ୧୪ଶହ ଟଙ୍କାରେ ଧାନ ବିକ୍ରି କରୁଛି ଚାଷୀ । ଯାହା ଫଳରେ ୬ଶହ ଟଙ୍କା କ୍ଷତି ସହୁଛନ୍ତି ଚାଷୀ ।
ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସୁବର୍ଣ୍ଣପାଲି ମଣ୍ଡିରେ ଧାନ କିଣାବିକାକୁ ନେଇ ଚାଷୀ ଏବଂ ଚାଷୀ ସଂଗଠନ ମଧ୍ୟରେ ବିବାଦ ଦେଖାଦେଇଛି । ଏସଏଚଜି ଗ୍ରୁପ ଧାନ ବିକ୍ରିରେ ପାତର ଅନ୍ତର କରୁଥିବାରୁ ମଣ୍ଡିରେ ଅଚଳାବସ୍ଥା ଦେଖା ଦେଇଥିଲା । ପ୍ରଶାସନର ହସ୍ତକ୍ଷେପ ପରେ ମଣ୍ଡି ସ୍ୱାଭାବିକ ହୋଇଥିଲା । ମଣ୍ଡିରେ ଏଭଳି ରାଜୁତି ଚାଲିଲେ ଚାଷୀମାନେ ଧାନ ବିକିବାରେ ତାଙ୍କ ଉଚିତ ମୂଲ୍ୟ ପାଇବେନି ।
Follow Us