କନକ ବ୍ୟୁରୋ : ଦକ୍ଷିଣ ଆନ୍ଧ୍ର ଉପକୂଳରେ ବାତ୍ୟା ମାଡ଼ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ବି ଓଡ଼ିଶାର ଦକ୍ଷିଣ ଉପକୂଳବର୍ତି ଜିଲ୍ଲା ସମେତ କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିବାରେ ଲାଗି ପଡ଼ିଛନ୍ତି ଗୁଣୁପୁର ଚାଷୀ । କୃଷି ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଗାଁଗାଁ ବୁଲି ଚାଷୀଙ୍କୁ ସଚେତନ କରାଯାଉଛି  । କଟା ହୋଇଥିବା ଧାନକୁ ସୁରକ୍ଷିତ ରଖିବା, ୪ ତାରିଖ ପୂର୍ବରୁ ଅମଳ ସାରିଦେବା,  ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଂଚନ ସାମୟିକ ବନ୍ଦ ରଖିବା ତଥା ପନିପରିବା ଓ ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୃଷିବିଭାଗ ପକ୍ଷରୁ ସଚେତନ କରାଯାଉଛି  ।

Advertisment

ବାତ୍ୟା ଆଶଙ୍କାକୁ ନେଇ ନବରଙ୍ଗପୁର ଚାଷୀଙ୍କ ମଧ୍ୟରେ ଭାଳେଣୀ ପଡିଛି । ଅମଳ ଫସଲକୁ କିପରି ସୁରକ୍ଷିତ ଭାବେ ସାଇତି ରଖିବେ ଏହି ଚିନ୍ତାରେ ଚାଷୀ । ଧାନ, ମକା ଓ ମାଣ୍ଡିଆ ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବର୍ଷା ହୋଇ ଫସଲ ନଷ୍ଟ ହୋଇଗଲେ କିଭଳି ଋଣ  ଶୁଝିବେ ଓ ବର୍ଷ ପାଇଁ ଖାଇବା ସାଇତି ରଖିବେ ସେହି ଚିନ୍ତା ଘାରିଛି ଚାଷୀଙ୍କୁ  ।