ଚାଷୀଙ୍କୁ ମିଳିବ ପରିଚୟପତ୍ର : ଡାଟାବେସ୍ ପ୍ରସ୍ତୁତି ଆରମ୍ଭ; ଉପକୃତ ହେବେ ୭୬ଲକ୍ଷ ଚାଷୀ

142

କନକ ବ୍ୟୁରୋ : କୃଷି ଓ କୃଷକର ବିକାଶକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ଫାଇଭ୍-ଟି ଅଧିନରେ କୃଷକ, କୃଷି କର୍ମଚାରୀଙ୍କ ପାଇଁ କୃଷ୍କ ଡାଟା ବେସ୍, କୃଷି ସାମଗ୍ରୀ ବିକ୍ରେତାଙ୍କ ପାଇଁ ଅନ୍ଲାଇନ୍ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀମାନଙ୍କ ପାଇଁ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଦି ଅନ୍ଲାଇନ୍ ରେ ସମ୍ପାଦନ ହେବ । କୃଷି ଡାଟାବେସରେ ବର୍ତମାନ ୭୬ ଲକ୍ଷ ଚାଷୀ ରହିଛନ୍ତି । ଏହାର ଯାଂଚ ପ୍ରକ୍ରିୟା ଆସନ୍ତା ୧୦୦ ଦିନ ମଧ୍ୟରେ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି ।

ଏହିସବୁ ଚାଷୀଙ୍କୁ କୃଷକ ପରିଚୟ ପତ୍ର ପ୍ରଦାନ କରାଯିବ । ଭିଡିଓ କନ୍ଫରେନ୍ସ ଜରିଆରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ କୃଷକ ଡାଟା ବେସ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଫାଇଭ୍ ଟି କାର୍ଯ୍ୟକ୍ରମ ଫଳରେ ନିଜ କାମ ପାଇଁ ଆଉ କୌଣସି ଚାଷୀ ବାରମ୍ବାର ସରକାରୀ ଦପ୍ତରକୁ ଆସିବାକୁ ପଡୁ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା କାଳରେ କୃଷି ହିଁ ଆମ ଅର୍ଥନୀତି ପାଇଁ ବଡ ଆଶା ବୋଲି ସେ କହିଛନ୍ତି ।