ପଞ୍ଜାବରେ ଚାଷୀ ଲଢିବେ ବିଧାନସଭା ନିର୍ବାଚନ । ଆପ୍ ସହ ମେଣ୍ଟ ସମ୍ଭାବନା ।

96

କନକ ବ୍ୟୁରୋ : ନିର୍ବାଚନ ଲଢିବେ ଚାଷୀ ସଂଗଠନ । ୨୨ ଚାଷୀ ସଂଗଠନ ଏକାଠି ହୋଇ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ବିରୋଧରେ ବର୍ଷେ ହେବ ଆନ୍ଦୋଳନରେ ବସିଥଲେ ଏହି ଚାଷୀ ସଂଗଠନ । ଏହି ଚାଷୀ ସଂଗଠନ କିନ୍ତୁ ସଂଯୁକ୍ତ କିଷାନ ମୋର୍ଚ୍ଚା ବଦଳରେ ସଂଯୁକ୍ତ ସମାଜ ମୋର୍ଚ୍ଚା ନାମରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । ଏହି ସଂଗଠନ ପଂଜାବ ବିଧାନସଭା ନିର୍ବାଚନରେ ଭାଗ ନେବ ।

ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ଏହି ୨୨ ଚାଷୀ ସଂଗଠନ । ଏହାର ନେତୃତ୍ୱ ବଲବୀର ସିଂହ ରାଜେୱାଲା ନେବେ । ତେବେ ଭାରତୀୟ କିଷାନ ୟୁନିଅନର ଡାକୋଉଣ୍ଡା ଏବଂ ଲଖୋୱଲ ସଂଗଠନ ଏଥିରେ ସାମିଲ ହେବକି ନାହିଁ କିଛି ସ୍ପଷ୍ଟ କରିନି । ତିନି କୃଷି ଆଇନ୍ ରଦ୍ଦ ହେବା ପରେ ଲୋକଙ୍କ ତରଫରୁ ନିର୍ବାଚନ ଲଢିବାକୁ ଚାପ ପଡିଥିଲା । ପରେ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ବଲବୀର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ତେବେ ତାଙ୍କ ଦଳ ରାଜ୍ୟରେ କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବ କି ନାହିଁ ନିଷ୍ପତ୍ତି ନେଇନି । କିନ୍ତୁ ଆମ୍ ଆଦମୀ ପାର୍ଟି ସଂଯୁକ୍ତ ସମାଜ ମୋର୍ଚ୍ଚା ସହ ମେଂଟ କରିବ ବୋଲି କୁହାଯାଉଛି ।