ମଣ୍ଡି ଖୋଲା, ଧାନ ନାହିଁ । ଧାନ ବିକିବା ପାଇଁ ଏମଏସପି ବୃଦ୍ଧି ଅପେକ୍ଷାରେ ଚାଷୀ ।

181

କନକ ବ୍ୟୁରୋ: ମଣ୍ଡି ପ୍ରସ୍ତୁତ, ଲ୍ୟାମ୍ପ କର୍ମଚାରୀ ପ୍ରସ୍ତୁତ । ହେଲେ ମଣ୍ଡିକୁ ଧାନ ଆଣୁନାହାଁନ୍ତି ଚାଷୀ । ରାଜ୍ୟରେ ନୂଆ ସରକାର ଗଢିଲେ ୪୮ ଘଂଟା ଭିତରେ ଚାଷୀଙ୍କ ଧାନ ଦରରେ ହେବ ପରିବର୍ତନ । ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ହେବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଯାହାକୁ ଅପେକ୍ଷା କରି ରହିଛନ୍ତି କୋରାପୁଟ ଜିଲ୍ଲାର ଚାଷୀ । ଏ ହେଉଛି ଜିଲ୍ଲାର ବଡ ଜିଉଣା ମଣ୍ଡିର ଦୃଶ୍ୟ । ଏଥିରେ ଆଖପାଖ ଅଞ୍ଚଳର ୨୮ରୁ ଅଧିକ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ଟୋକନ୍ ମିଳିଛି ହେଲେ ଚାଷୀ ମଣ୍ଡିକୁ ଆସୁ ନାହାନ୍ତି । ଚଳିବତ ବର୍ଷ ୧୦ ଲକ୍ଷରୁ ଅଧିକ କ୍ୱିଣ୍ଟାଲ ରବି ଧାନ କିଣିବା ପାଇଁ କୋଟାପୁଟ ଜିଲ୍ଲା ପ୍ରସାଶନ ଟାର୍ଗେଟ୍ ରଖିଛି ।