ବର୍ଷା ଅଭାବରୁ ନଷ୍ଟ ହୋଇଯାଇଛି ଧାନ: ମରୁଡି ଘୋଷଣା ଦାବିରେ ରାସ୍ତା ଓହ୍ଲାଇଲେ ଚାଷୀ 

168

କନକ ବ୍ୟୁରୋ: ଚିର ମରୁଡି ତଥା ଅଣଜଳସେଚିତ ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଦାବିରେ ପଦ୍ମପୁର ଠାରେ ପାଂଚ ହଜାର ଚାଷିଙ୍କ କୃଷକ ସମାବେଶ  । ବରଗଡ ଜିଲ୍ଲାକୁ ଓଡିଶାର ଭାତହାଣ୍ଡି କୁହାଯାଏ । ହେଲେ ଜିଲ୍ଲ୍ାର ପଦ୍ମପୁର ଉପଖଣ୍ଡ ଅଣଜଳସେଚିତ ଅଂଚଳ ହୋଇଥିବା କାରଣରୁ ପ୍ରାୟତଃ ସମୟ ଏଠିକାର ଚାଷିମାନେ ମରୁଡିର ସମ୍ମୁଖିନ ହୋଇଥାନ୍ତି  । ଚଳିତ ବର୍ଷ ମଧ୍ୟ ଜୁନ ଜୁଲାଇ ମାସାରେ ସ୍ୱଳ୍ପବର୍ଷାରେ ଚାଷୀ ଚାଷ କାମ ଆରମ୍ଭ କରିଥଲେ ।

ପରେ ବର୍ଷାଭାବରୁ ଧାନ ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେଣୁ ପଦ୍ମପୁରକୁ ସଂପୂର୍ଣ୍ମ ମରୁଡି ଘୋଷଣା କରିବା ପାଇଁ ଚାଷୀ ସମାବେଶ କରିଛନ୍ତି । ପଦ୍ମପୁର ଗୋରୁବଜାରରୁ ପ୍ରାୟ ୫ ହଜାର ଚାଷୀ ଏକ ପଟୁଆରାରେ ବାହାରିଥିଲେ । ଚାଷୀମାନେ ପଦ୍ମପୁର ସହର ପରିକ୍ରମା କରିବା ସହ ବିଭିନ୍ନ ନାରାବାଜି କରିଛନ୍ତି । ପଦ୍ମପୁର ଉପଖଣ୍ଡକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା,  ଚାଷୀଙ୍କ ବିଜୁଲି ବିଲ ଛାଡ କରିବା, ଚାଷ ଜମିକୁ ଜଳ ଓ ଚାଷୀକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ଯୋର ଧରିଛି ।