ଭାରତ ବନ୍ଦକୁ ଚାଷୀ ସଂଗଠନର ସମର୍ଥନ : କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି ଚାଷୀ

ସରକାରଙ୍କ ଉପରେ ଚାପ ପକାଇବାକୁ ଆଜି କରିବେ ଗ୍ଲୋବାଲ ୱେବନାର

123

କନକ ବୁରୋ : ଚାଷୀ କରିବେ ଗ୍ଲୋବାଲ ୱେବିନାର । କେନ୍ଦ୍ରର କୃଷି ଆଇନକୁ ନେଇ ଥିବା ନିଜର ଆପତି ବିଶ୍ୱ ସମୁଦାୟକୁ ଜଣାଇବା ପାଇଁ ଏହି ୱେବିନାର ଆୟୋଜନ କରାଯାଉଛି । ସରକାରଙ୍କ ଉପରେ ଚାପ ବଢାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହିଭଳି ରଣନୀତି କରିଛି ।

ସେହିପରି ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀ ମଧ୍ୟ ଆଜିର ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ପରିବହନ ଓ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଥିବା ଏହି ୨୪ ଘଂଟିଆ ଭାରତ ବନ୍ଦରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପ୍ରଦର୍ଶନ ପାଇଁ ଚାଷୀମାନଙ୍କୁ ଆହ୍ୱାନ ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ଗତବର୍ଷ ନଭେମ୍ବରରୁ ଧାରଣାରେ ବସିରହିଛନ୍ତି ଚାଷୀ ସଂଗଠନଗୁଡିକ । ଏହାରି ଭିତରେ ସରକାରଙ୍କ ସହିତ ୧୧ ରାଉଣ୍ଡ ବୈଠକ ସରିଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ । ସରକାର ଆଇ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ନୁହନ୍ତି, ଆଉ ଚାଷୀ ଆନ୍ଦୋଳନରୁ ଓହରୁ ନାହାନ୍ତି । ସରକାରଙ୍କ ଉପରେ ଚାପ ବଢାଇବାକୁ ଦେଶର ବିଭିନ୍ନ ଭାଗରେ ଚାଷୀ ମହାପଂଚାୟତ କରିବା ସହ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଗ୍ଲୋବାଲ ୱେବିନାର ଆୟୋଜନ କରିଛି ।