ଆଜି ମଧ୍ୟାହ୍ନରେ ବସିବ ଆନ୍ଦୋଳନରତ ଚାଷୀଙ୍କ ବୈଠକ : ଆନ୍ଦୋଳନର ଭବିଷ୍ୟତ ନେଇ ହେବ ଆଲୋଚନା

Advertisment
ଆଜି ମଧ୍ୟାହ୍ନରେ ବସିବ ଆନ୍ଦୋଳନରତ ଚାଷୀଙ୍କ ବୈଠକ : ଆନ୍ଦୋଳନର ଭବିଷ୍ୟତ ନେଇ ହେବ ଆଲୋଚନା

କନକ ବ୍ୟୁରୋ : ଆଜି ମଧ୍ୟାହ୍ନରେ ଆନ୍ଦୋଳନରତ ଚାଷୀଙ୍କର ବୈଠକ ବସିବ । ଏହି ବୈଠକରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ଆଲୋଚନା ହେବା ବୋଲି ସୂଚନା ରହିଛି । ଚାଷୀଙ୍କ ଦାବି ନେଇ କେନ୍ଦ୍ର ସରକାର ଏକ ପ୍ରସ୍ତାବ ପଠାଇଛନ୍ତି । ଯାହାକୁ ନେଇ ଚାଷୀ ସଂଗଠନ ସକରାତ୍ମକ ରହିଛି । ତିନି କୃଷି ଆଇନ୍ ରଦ୍ଦ ହେବା ପରେ ଆନ୍ଦୋଳନରତ ଚାଷୀ ଦାବି କରିଛନ୍ତି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ସରକାର ଗ୍ୟାରେଂଟି ଦିଅନ୍ତୁ, ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ସହିତ ଆଉ କିଛି ଦାବି ରଖିଛନ୍ତି ।

ଗତକାଲି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଆନ୍ଦୋଳନକାରୀ ଚାଷୀ ଦାବି କରିଥିଲେ ଯେ ସରକାର ଆନ୍ଦୋଳନ ପ୍ରତ୍ୟାହର କରିବାକୁ ଯାଇ ଏପରି ମିଛ ପ୍ରତିଶ୍ରୁତି ଦେଇପାରନ୍ତି । ତେଣୁ ପ୍ରଥମେ ମାମଲା ପ୍ରତ୍ୟାହାର ହେବା ଦରକାର । ଏହାପରେ ସଂଧ୍ୟାରେ ଆନ୍ଦୋଳନରତ ଚାଷୀଙ୍କ ପାଖକୁ ସରକାର ଏକ ପ୍ରସ୍ତାବ ପଠାଇଥିବା ଚାଷୀ ନେତା ଗୁରନାମ ସିଂ ଚରୁନି କହିଛନ୍ତି । ତିନି କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୫ ମାସ ହେବ ଦିଲ୍ଲୀ ସୀମାରେ ଏହି ଚାଷୀ ଆନ୍ଦୋଳନରେ ବସିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe