କନକ ବ୍ୟୁରୋ: ଧୋକା ଦେଲା ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ । ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ ବୁଣିବାର ୧୨୦ଦିନ ପରେ ବି ଧାନକେଣ୍ଡାର ଦେଖା ନାହିଁ । ପୁରୀ କାକଟପୁର ବ୍ଳକ୍ ବାଙ୍ଗୁରିଗାଁ ପଂଚାୟତର ଚାଷୀ ଚଳିତ ଖରିଫ ଋତୁରେ ଆରଜେଲ ହାଇବ୍ରିଡ୍ ବିହନ କିଣି ଚାଷ କରିଥିଲେ । କିନ୍ତୁ ଜମିରେ ଧାନ ଗଛକୁ ୧୨୦ ଦିନ ବିତିଗଲାଣି ହେଲେ ଧାନ ଗଛ ହୋଇଛି ହେଲେ ଧାନ କେଣ୍ଡା ହୋଇନି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଚାଷ କରିିଥିବା ଚାଷୀ ଏବେ ଚିନ୍ତାରେ । ଅଲଗା ବିହନ ଚାଷ କରି ଚାଷୀ ଧାନ କାଟି ଖଳାକୁ ଆଣିଥିବା ବେଳେ ଏହି ଆରଜେଲ ବିହନ ଯେଉଁ ଚାଷୀ ଚାଷ କରିଥିଲେ ସବୁ ନିରାଶ ହୋଇଛନ୍ତି । ଏକଥାକୁ ମଧ୍ୟ କୃଷି ବିଭାଗର ଜଣେ କର୍ମଚାରୀ ସ୍ୱିକାର କରିଛନ୍ତି ।
ଧୋକା ଦେଲା ଅଧିକ ଅମଳକ୍ଷମ ହାଇବ୍ରିଡ୍ ବିହନ: ୧୨୦ଦିନ ପରେ ବି ଧାନକେଣ୍ଡାର ଦେଖାନାହିଁ; ଚିନ୍ତାରେ ପୁରୀ ବାଙ୍ଗୁରିଗାଁ ପଂଚାୟତର ଚାଷୀ
/kanak/media/post_attachments/wp-content/uploads/2020/12/15-4.jpg)