ଉଜୁଡା ବିଲକୁ ଦେଖି ବିଷ ପିଇଦେଲେ ଚାଷୀ । ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତର ।

104

କନକ ବ୍ୟୁରୋ: ଚାଷ ଜମିକୁ ନେଇ ଯାଇଥିବା କିଟନାଶକ ପିଇ ବିଲ ମୁଣ୍ଡରେ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ । ପୁରୀ ଜିଲ୍ଲା ଅନ୍ତିକେରା ଗାଁର ଚାଷୀ କାଶୀନାଥ ସ୍ୱାଇଁଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଧାର କରଜ କରି ଦୁଇ ଏକର ଜମିରେ ଧାନ ଚାଷ କରିଥିଲେ କାଶୀନାଥ । ହେଲେ ପାଣି ଅଭାବରୁ ବିଲରେ ଧାନ ତଳି ଝାଉଁଳି ଗଲାଣି । ଧାନ ବିଲରେ ଏପରି ଅବସ୍ଥା ଦେଖି ସହିପାରିନଥିଲେ କାଶୀନାଥ । ଶେଷରେ ବିଲକୁ ନେଇ ଯାଇଥିବା କୀଟନାଶକ ପିଇ ଦେଇଥିଲେ ।