କନକ ବ୍ୟୁରୋ : ଫସଲ କ୍ଷତି ଜନିତ ରିପୋର୍ଟ ଦାଖଲରେ ଅନିୟମିତତା ଅଭିଯୋଗ ଆଣି ସମ୍ବଲପୁର ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଘେରିଲେ ଶତାଧିକ ଚାଷୀ । ବିକ୍ଷୋଭକାରୀ କହିଛନ୍ତି, କୁଚିଣ୍ଡା ଅଂଚଳର ବାଉରୀଗୋଡା ପଂଚାୟତରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୮୦ ପ୍ରତିଶତ ଫସଲ କ୍ଷତି ହୋଇଛି । କିନ୍ତୁ କୃଷି ଅଧିକାରୀ ଜମିକୁ ନ ଯାଇ ଅନୁମାନିକ ୨୦ପ୍ରତିଶତ ଫସଲ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ବାଉରୀଗୋଡା ପଂଚାୟତର ଶତାଧିକ ଚାଷୀ ଜିଲ୍ଲା କୃଷି କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଆଉ ଫସଲ କ୍ଷୟ କ୍ଷତି ଜନିତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା କୃଷି ଅଧିକାରୀ, କୁଚିଣ୍ଡା ତହସିଲଦାର ପହଂଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି ।
କୁଚିଣ୍ଡା କୃଷି କାର୍ଯ୍ୟାଳୟକୁ ଘେରିଲେ ଚାଷୀ : ଫସଲ କ୍ଷୟକ୍ଷତି ରିପୋର୍ଟ ଦାଖଲରେ ଅନିୟମିତତା ଅଭିଯୋଗ
/kanak/media/post_attachments/wp-content/uploads/2021/10/vlcsnap-2021-10-26-08h26m55s522.png)