ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଂଚରେ ରାତି କାଟୁଛି ଚାଷୀ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ।

ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଂଚରେ ରାତି କାଟୁଛି ଚାଷୀ। ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ।

କନକ ବ୍ୟୁରୋ: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବ । କ୍ଷେତରେ ବର୍ଷ ତମାମ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ଦଳି ନଷ୍ଟ କରୁଛି । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଞ୍ଚରେ ରାତି କାଟୁଛି ଚାଷୀ । କିଏ ମଞ୍ଚା ଉପରେ ବସି ନିଜ କ୍ଷେତକୁ ଚାହିଁ ବସିଛି । ଅନ୍ୟ କିଏ ନିଆଁ ହୁଳା ଧରି ବନ୍ୟଜନ୍ତୁଙ୍କୁ ଘଉଡ଼ାଉଛି । ତାରସିଙ୍ଗି ପଞ୍ଚାୟତରେ ସଂଜ ନଇଁବା ପରେ ୩୫ ଟିକିଆ ହାତୀ ପଲ୍ଲ ଜଙ୍ଗଲରୁ ବାହାରି ଚାଷ ଜମି ମୁହାଁ ହେଉଛନ୍ତି । ଜମିରେ ପଶି ଧାନ, ପରିବା ଖାଇବା ସହିତ ଅଧିକାଂଶ ଫସଲ ପାଦରେ ଦଳି ନଷ୍ଟ କରୁଛନ୍ତି ।

କୋକଳବା,ତାରସିଙ୍ଗି,ଗରୁଡ଼ପଥର,ଲେମ୍ଭେଇ,ଗାଡ଼ିଆପଡ଼ା,ଗେରେଡ଼ା,ବାରଦା, ଦିନିଛକିଆ ଅଂଚଳରେ ହାତୀ ଫସଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛି । ବାଧ୍ୟ ହୋଇ ଚାଷି ଉଜାଗର ରହି ନିଜ ଚାଷ ଜମିକୁ ଜଗି ବସିଛି । ଫସଲ ନଷ୍ଟ ହେଲେ ବନବିଭାଗ ପକ୍ଷରୁ କ୍ଷତିପୁରଣ ମଧ୍ୟ ଚାଷୀକୁ ମିଳୁନଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe