କନକ ବ୍ୟୁରୋ: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବ । କ୍ଷେତରେ ବର୍ଷ ତମାମ ପରିଶ୍ରମ କରି ଚାଷୀ ଫଳାଇଥିବା ସୁନାର ଫସଲକୁ ହାତୀ ଦଳି ନଷ୍ଟ କରୁଛି । ହାତୀ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ମଞ୍ଚରେ ରାତି କାଟୁଛି ଚାଷୀ । କିଏ ମଞ୍ଚା ଉପରେ ବସି ନିଜ କ୍ଷେତକୁ ଚାହିଁ ବସିଛି । ଅନ୍ୟ କିଏ ନିଆଁ ହୁଳା ଧରି ବନ୍ୟଜନ୍ତୁଙ୍କୁ ଘଉଡ଼ାଉଛି । ତାରସିଙ୍ଗି ପଞ୍ଚାୟତରେ ସଂଜ ନଇଁବା ପରେ ୩୫ ଟିକିଆ ହାତୀ ପଲ୍ଲ ଜଙ୍ଗଲରୁ ବାହାରି ଚାଷ ଜମି ମୁହାଁ ହେଉଛନ୍ତି । ଜମିରେ ପଶି ଧାନ, ପରିବା ଖାଇବା ସହିତ ଅଧିକାଂଶ ଫସଲ ପାଦରେ ଦଳି ନଷ୍ଟ କରୁଛନ୍ତି ।
କୋକଳବା,ତାରସିଙ୍ଗି,ଗରୁଡ଼ପଥର,ଲେମ୍ଭେଇ,ଗାଡ଼ିଆପଡ଼ା,ଗେରେଡ଼ା,ବାରଦା, ଦିନିଛକିଆ ଅଂଚଳରେ ହାତୀ ଫସଲରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛି । ବାଧ୍ୟ ହୋଇ ଚାଷି ଉଜାଗର ରହି ନିଜ ଚାଷ ଜମିକୁ ଜଗି ବସିଛି । ଫସଲ ନଷ୍ଟ ହେଲେ ବନବିଭାଗ ପକ୍ଷରୁ କ୍ଷତିପୁରଣ ମଧ୍ୟ ଚାଷୀକୁ ମିଳୁନଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/7-7.jpg)