କନକ ବ୍ୟୁରୋ: ପୁଣି ଜଳିଲା ଧାନ କିଆରୀ । ଚକଡା ଆକ୍ରମଣରେ ଶହ ଶହ ହେକ୍ଟର ଧାନ ବିଲରେ ଫସଲ ନଷ୍ଟ ଯୋଗୁଁ ଶେଷରେ ଫସଲରେ ନିଆଁ ଲଗାଇଦେଲା ଚାଷୀ । ହରଭଙ୍ଗୀ ବ୍ଲକ ପୀତମ୍ବରପୁର ଓ ଜୟପୁର ଗାଁରେ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ହୁ ହୁ ହୋଇ ଜଳୁଛି ଧାନ ବିଲ । ଚଳିତ ବର୍ଷ ସଂପୃକ୍ତ ଅଚଂଳରେ ଭଲ ବର୍ଷା ହୋଇଥିଲା । ଚାଷୀ ମାନେ ଆଶା କରିଥିଲେ ଏଥର ଭଲ ଅମଳ ହେବ ।
କିନ୍ତୁ ଅଦିନିଆ ଲଘୁଚାପ ବର୍ଷା ଫଳରେ ଚକଡା କରିଥିଲା ଆକ୍ରମଣ । ଛାରଖାର ହୋଇଗଲା ସବୁକିଛି । ସୁନାର ଫସଲ ଉଜୁଡିଯାଇଥିଲା । କୀଟନାଶକ କାମ ଦେଲା ନାହିଁ । ଚକଡା ପୋକ ଆକ୍ରମଣରେ ହେକ୍ଟର ହେକ୍ଟର ଜମିରେ ଫସଲ ଜଳିଗଲା । ଫଳରେ ଧାନ କିଆରୀରେ ନିଆଁ ଲଗାଇଦେଇଛି ଚାଷୀ ।
ଗତ ବର୍ଷ ମଧ୍ୟ ସଂପୃକ୍ତ ଅଂଚଳରେ ଏଭଳି ସମସ୍ୟା ଦେଖାଦେଇଥିଲା । ଏବର୍ଷ ମଧ୍ୟ ସେହି ସମାନ ସମସ୍ୟାଦେଖାଦେଇଛି । ଏହା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଅନ୍ୟପଟେ ସହକାରୀ କୃଷି ଅଧିକାରୀ କହିଛନ୍ତି, ତିତଲି ପ୍ରଭାବରେ ବର୍ଷା ହେବା ପରେ ପୁଣି ୩୩ ଡିଗ୍ରୀ ତାପମାତ୍ରା ଯୋଗୁଁ ଏଭଳି ପୋକ ଲାଗି ଫସଲ ନଷ୍ଟ ହୋଇଛି । ଏ ନେଇ ସର୍ଭେ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/CHASI-1.jpg)
/kanak/media/post_attachments/wp-content/uploads/2018/11/vlcsnap-2018-11-02-19h57m54s793-300x220.png)
/kanak/media/post_attachments/wp-content/uploads/2018/11/vlcsnap-2018-11-02-19h58m07s811-300x220.png)