ପାଞ୍ଚ ଟଙ୍କାରେ କିଲେ ପରିବା : ଗୁଜୁରାଟର ରାଜକୋଟରେ କମିଲା ପରିବା ଦାମ୍ , ୨ ଟଙ୍କାରେ ବିକ୍ରି ହେଲା ଫୁଲକୋବି ଏବଂ ବନ୍ଧାକୋବି ।

246

ସାରା ଦେଶରେ ଯେଉଁଠି ପନିପରିବାର ଦରଦାମ୍ ଆକାଶଛୁଆଁ ହୋଇଛି । ଗୁଜୁରାଟର ରାଜକୋଟରେ ପରିବାର ଦାମ୍ ଖୁବ୍ କମ୍ ଥିବା ଜାଣିବାକୁ ମିଳିଛି । ଏଠାରେ ବନ୍ଧାକୋବି କିଲୋ ୨ ଟଙ୍କା ଥିବା ବେଳେ ଫୁଲକୋବିର ଦାମ୍ ମଧ୍ୟ ୨ ଟଙ୍କା ରହିଛି । ଟମାଟର ଦାମ୍ ଜାଣିଲେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ କୃଷକ ୪ ରୁ ୫ ଟଙ୍କା ପର୍ଯ୍ୟନ୍ତ ଟମାଟ ବିକ୍ରି କରୁଛନ୍ତି । ସେହିଭଳି କାକୁଡିର ଦାମ୍ ୩ ରୁ ୫ ଟଙ୍କା ପ୍ରତି କିଲୋ ଥିବା ବେଳେ, ଓଉର ଦାମ୍ ୩ ରୁ ୫ ଟଙ୍କା , ବାଇଗଣ ପ୍ରତିକିଲୋ ୫ ରୁ ୬ ଟଙ୍କା ଏବଂ ଗାଜର ୫ ରୁ ୧୦ ଟଙ୍କା ପ୍ରତିକିଲୋ ହିସାବରେ ବିକ୍ରି ହେଉଛି ।

ଏହାଛଡା ଦିଲ୍ଲୀରେ ୮୦ ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଗୁଆଁର ମାତ୍ର ୪୦ ଟଙ୍କାରେ ବିକ୍ରି ହେଉଛି । ଭେଣ୍ଡି କିଲୋ ପିଛା ୩୦ , କଲରା ୨୫ ରୁ ୩୦ ଏବଂ ୮୦ ଟଙ୍କାରେ ମିଳୁଥିବା ସିମଲା ଲଙ୍କା ୧୦ ଟଙ୍କାରେ ବିକ୍ରି ହେଉଛି ।