ଚିନାବାଦାମ ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଚାଷୀ । ଦିଆଯାଉଛି ସ୍ୱତନ୍ତ୍ର ତାଲିମ, ଏକର ପିଛା ବାର୍ଷିକ ପାଖାପାଖି ୧ ଲକ୍ଷ ଟଙ୍କାର ରୋଜଗାର ।

108

କନକ ବ୍ୟୁରୋ : ଗଜପତି ଜିଲ୍ଲାରେ ଚିନାବାଦାମ ଚାଷ କରି ରୋଜଗାରକ୍ଷମ ହେଉଛନ୍ତି ଚାଷୀ । ଆତ୍ମା ଜୀବିକା ମିଶନ ତରଫରୁ ଚାଷୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ସାର, ବିହନ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦେଉଛି ଜିଲ୍ଲା କୃଷି ବିଭାଗ । ଭଲ ଉତ୍ପାଦନ କରିବା ସହ ବାର୍ଷିକ ୩ଟି ପର୍ଯ୍ୟାୟରେ ଚାଷ କରି ଏକର ପିଛା ବର୍ଷକୁ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଚାଷୀ ।

ଚିନାବାଦାମ ଚାଷ କରି ସ୍ୱାବଲମ୍ବୀ । ଗଜପତି ଜିଲ୍ଲାରେ ଚାଷୀଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ତାଲିମ । ଅର୍ଥକାରୀ ଫସଲ ଚିନାବାଦାମ ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଗଜପତି ଜିଲ୍ଲାର ଚାଷୀ । ପୂର୍ବ ଅପେକ୍ଷା ଏବେ ଏହି ଚାଷର ଚାହିଦା ଧିରେ ଧିରେ ବଢ଼ିବାରେ ଲାଗିଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବଡ଼ କଲାକଟ ଗ୍ରାମର ଚାଷୀ ଏବେ ଚିନାବାଦାମ ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଓ ଆଧୁନିକ ପ୍ରଣାଳୀରେ ଚିନାବାଦାମ ଚାଷ କରିବା ପାଇଁ ଗଜପତି ଜିଲ୍ଲା କୃଷି ବିଭାଗର ଆତ୍ମା ଜୀବିକା ମିଶନ ତରଫରୁ ଏକ ନୂଆ ପ୍ରୟାସ ଆରମ୍ଭ କରାଯାଇଛି । କୃଷକ ମାନଙ୍କୁ ଚିନାବାଦାମ ଭଳି ଲାଭକାରୀ ଫସଲର ତାଲିମ ଦେବା ସହ ଚାଷ ପାଇଁ ଆବଶ୍ୟକ ସାର, ବିହନ, ଔଷଧ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଯୋଗାଇ ଦିଆଯାଉଛି । ଯାହା ଦ୍ୱାରା ଚାଷୀ ଏହି ଚାଷ କରି ବେଶ ଲାଭବାନ ହେଇପାରିଛନ୍ତି ।

ବର୍ଷକୁ ୩ଟି ପର୍ଯ୍ୟାୟରେ ବାଦାମ ଚାଷ କରୁଛନ୍ତି ଚାଷୀ । ଏକର ପିଛା ବାର୍ଷିକ ପାଖାପାଖି ୧ ଲକ୍ଷ ଟଙ୍କାର ରୋଜଗାର । ଗଜପତି ଜିଲ୍ଲା ବଡ଼କଲାଟ ଗାଁର ୭୦ ପରିବାରର ୩୫ ଜଣ ଚାଷୀଙ୍କୁ ୨୦ ଏକର ଜମିରେ ଚିନାବାଦାମ ଚାଷ କରିବାକୁ ମିଶନ ଜୀବିକା ପକ୍ଷରୁ ତାଲିମ ଦେଇ ଚାଷ କରାଯାଇଛି । ଭଲ ଉତ୍ପାଦନ କରିବା ସହ ବାର୍ଷିକ ୩ଟି ପର୍ଯ୍ୟାୟରେ ଚାଷ କରି ଏକର ପିଛା ବର୍ଷକୁ ପ୍ରାୟ ୧ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଚାଷୀ । ଚାଷ କରିବା ପାଇଁ ଏଭଳି ସୁବିଧା ପାଉଥିବାରୁ ଚାଷୀ ମାନେ ମଧ୍ୟ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଥିବା କହିଛନ୍ତି କୃଷି ଅଧିକାରୀ । ଧାନ ଫସଲ ବ୍ୟତିତ ଚିନାବାଦାମ ଭଳି ଅର୍ଥକାରୀ ଫସଲ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଧାରିବାରେ ସହାୟକ ହେଉଛି । ଯଦି ଜିଲ୍ଲାରେ ବ୍ୟାପକ ଭାବେ ଏହି ଫସଲ କରାଯାଏ ତେବେ ଗଜପତି ଜିଲ୍ଲା ଏକ କୃଷି ସମୃଦ୍ଧ ଜିଲ୍ଲା ହୋଇପାରିବ ।