ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି । ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ, ବୁଧବାର ସୁପ୍ରିମକୋର୍ଟରେ ହେବ ଶୁଣାଣି ।

211

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଉ ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାର ମଧ୍ୟ ଖବର ମିଳିଛି । ଏପଟେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ରାଉଣ୍ଡ ବୈଠକକୁ ଦିନଟିଏ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର ଏହି ବୈଠକ ବସିବ ।

ସାଧାରଣତନ୍ତ୍ର ଦିବରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି ? ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଚାଷୀ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଲି ହେବ କି ନାହିଁ, ଏନେଇ ଦିଲ୍ଲୀ ପୁଲିସର ନିଷ୍ପତି ନିର୍ଭର କରିବ ବୋଲି ନ୍ୟାୟାଳୟ କହିଛନ୍ତି । ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାର ମଧ୍ୟ ଖବର ମିଳିଛି । ତେବେ ଆଗକୁ ମଧ୍ୟ ଚାଷୀ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି ।

କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏପଟେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ରାଉଣ୍ଡ ବୈଠକକୁ ଦିନଟିଏ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର ଏହି ବୈଠକ ବସିବ । ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଯାଏଁ ୯ ରାଉଣ୍ଡ ଆଲୋଚନା ହୋଇସାରିଛି । ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ । ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ବେଳେ ଏହାକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର ।