ଗାଜିପୁର ସୀମାରୁ ହଟିଲା ବ୍ୟାରିକେଡ, ଆନ୍ଦୋଳନକୁ ନେଇ ଏମିତି ଜବାବ୍ ରଖିଲେ ଟିକାୟତ

105

କନକ ବ୍ୟୁରୋ : ଦୀର୍ଘଦିନ ପରେ ଆଜି ଗାଜିପୁର ସୀମାରୁ ଆନ୍ଦୋଳନରତ କୃଷକମାନେ ବ୍ୟାରିକେଡ ହଟାଇବା ଆରମ୍ଭ କରିଛନ୍ତି । ଏହି ବ୍ୟାରିକେଡ ଭାଙ୍ଗିବା କାମରେ ନିଜେ ରାକେଶ ଟିକାୟତ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି କି ଏବେ ଆନ୍ଦୋଳନ ଦିଲ୍ଲୀ ଭିତରେ ହେବ । ଏନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଟିକାୟତ କହିଛନ୍ତି କି ଗାଜିପୁର ଛାଡି ଆନ୍ଦୋଳନକାରୀମାନେ ସାଂସଦ ଭବନରେ ଆଗରେ ଧାରଣାରେ ବସିବେ ବୋଲି ଟିକାୟତ ଇସାରା ଦେଇଛନ୍ତି  । ସେ କହିଛନ୍ତି କି ଯେଉଁଠି ଆଇନ ପାରିତ ହୋଇଛି ଏବେ ସେହିଠାରେ ଧାରଣା ଦିଆଯିବ । ଅନ୍ୟପଟେ ଦିଲ୍ଲୀ ପୋଲିସ ପକ୍ଷରୁ ଦିଲ୍ଲୀକୁ ଥିବା ସମସ୍ତ ପ୍ରବେଶ ପଥ ସିଲ୍ କରିଦେଇଛନ୍ତି ।

ରାକେଶ ଟିକାୟତ କେବଳ ବ୍ୟାରିକେଡ ଭାଙ୍ଗିବା ନୁହେଁ ବରଂ ସଡକ ଉପରେ ଲାଗିଥିବା ଟେଣ୍ଟ ଭାଙ୍ଗିବାର ଦେଖିବାକୁ ମିଳିଛି । ସେ କହିଛନ୍ତି କି ଆମେ କେବେ ବି ରାସ୍ତା ବନ୍ଦ କରିନଥିଲୁ । ଏହି ବ୍ୟାରିକେଡ ଭାଙ୍ଗିବା ପରେ ଗାଜିଆବାଦରୁ ଦିଲ୍ଲୀ ଯାଉଥିବା ଲୋକମାନେ ସହଜରେ ଯାଇପାରିବେ ବୋଲି କୁହାଯାଇଛି ।

କହିରଖୁ କି କୃଷକ ଆନ୍ଦୋଳନ କ୍ରମରେ ଦିଲ୍ଲୀ ସଡକ ଖୋଲିବା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ଶୁଣାଣି ବେଳେ କୋର୍ଟ ବ୍ୟାରିକେଡ ଭାଙ୍ଗିବାକୁ କିଛି ନିର୍ଦ୍ଦେଶ ଦେଇ ନଥିଲେ । ଏହି ମାମଲାର ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ କୃଷକ ସଂଗଠନ ମାନଙ୍କୁ ଆବେଦନର କପି କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।