ମୋଦୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ : ଆସନ୍ତା ୧୪ ତାରିଖରେ ଦେଶବ୍ୟାପୀ ପ୍ରତିବାଦ;୧୨ରେ ଦିଲ୍ଲୀ ଜୟପୁର ରାଜପଥ କରିବ ଅବରୋଧ

ଏମଏସପି ଜାରି ରହିବ ବୋଲି ଚାଷୀ ସଂଗଠନକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ସରକାର

176

କନକ ବ୍ୟୁରୋ : ମୋଦି ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି ଚାଷୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଜାରି ରଖିବା ପାଇଁ ସରକାର ଲିଖିତ ଗ୍ୟାରେଂଟି ଦେବେ ବୋଲି ଜଣାଇବା ପରେ ମଧ୍ୟ ଚାଷୀ ଏହାକୁ ଗ୍ରହଣ କରି ନାହାନ୍ତି । ଆନ୍ଦୋଳନ ଆହୁରୀ ଜୋରଦାର କରିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଦିଲ୍ଲୀକୁ ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିବା ପାଇଁ ଚେତାବନୀ ଦେଇଛନ୍ତି । ଡିସେମ୍ବର ୧୪ ତାରିଖରେ ସାରା ଦେଶରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଚାଷୀ । ଜାଣନ୍ତୁ ଚାଷୀଙ୍କ ଦାବି କଣ ଥିଲା ଏବଂ ସରକାର କଣ ପ୍ରସ୍ତାବ ଦେଇଥିଲେ ।

ଚାଷୀଙ୍କ ଯୁକ୍ତି – 

  • ନୂଆ କୃଷି ଆଇନର ପ୍ରତ୍ୟାହାର କରାଯାଉ
  • ନୂଆ ଆଇନ ଅନୁସାରେ ସରକାରୀ ମଣ୍ଡି ବ୍ୟବସ୍ଥା ଦୁର୍ବଳ ହେବ, କ୍ରମେ ଏମଏସପି ହଟିଯିବ
  • ସରକାରୀ ମଣ୍ଡି ଓ ଘରୋଇ ମଣ୍ଡି ଭିତରେ ବଡ ଫରକ ରହିବ
  • ଠିକା କୃଷି ପାଇଁ ଅନୁମତି ମିଳିଲେ ଶିଳ୍ପପତି ହାତକୁ ଚାଲିଯିବ ଚାଷଜମି
  • ପ୍ରସ୍ତାବିତ ବିଦ୍ୟୁତ ସଂଶୋଧିତ ବିଲ-୨୦୨୦ ପ୍ରତ୍ୟାହାର ହେଉ

କେନ୍ଦ୍ରର ପ୍ରସ୍ତାବ – 

  • ଯେଉଁ ପ୍ରସଙ୍ଗରେ ଆପତ୍ତି ରହିଛି, ତାହାର ସମାଧାନ କରାଯିବ
  • ଏମଏସପି ଜାରି ରହିବ, ଘରୋଇ ମଣ୍ଡିର ପଞ୍ଜିକରଣ କରିବେ ରାଜ୍ୟ ସରକାର
  • ଏପିଏମସି ଅନୁଯାୟୀ, ଘରୋଇ ମଣ୍ଡି ଉପରେ ବି ଟିକସ ଧାର୍ଯ୍ୟ କରି ପାରିବେ ରାଜ୍ୟ ସରକାର
  • ଚାଷ ଜମି ଉପରେ ହୋଇଥିବା ନିର୍ମାଣ ଉପରେ ଠିକା କୃଷି କରୁଥିବା ସଂସ୍ଥା କୌଣସି ଋଷ ନେଇପାରିବେ ନାହିଁ କି, ବନ୍ଧା ପକାଇ ପାରିବେ ନାହିଁ । କୌଣସି ବିବାଦ ଉପୁଜିଲେ ନ୍ୟାୟାଳୟକୁ ଯାଇପାରିବେ କୃଷକ
  • ଚାଷୀ ପୂର୍ବଭଳି ବିଦ୍ୟୁତ୍ ବିଲ୍ ପଇଠ କରିବେ ।