ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା

142

କନକ ବ୍ୟୁରୋ : ଚାଷୀଙ୍କ ରେଳ ରୋକ୍ । କୃଷକ ଆନ୍ଦୋଳନକୁ ସମର୍ଥନ କରି ୪ ଘଂଟିଆ ରେଳରୋକ କରୁଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି ।

କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇମାସରୁ ଅଧିକ ସମୟ ହେଲାଣି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ଚାଷୀ । ବାରମ୍ବାର ସରକାର ଓ ଚାଷୀଙ୍କ ଭିତରେ ବୈଠକ ବସୁଥିଲେ ସୁଦ୍ଧା କୌଣସି ଫଳାଫଳ ବାହାରୁନି । ଯେପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରାଯାଇନି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି କୃଷକ ସଂଗଠନ ।