୩୬ ଘଂଟା ପରେ ମଧ୍ୟ ହଟିନି ଚାଷୀଙ୍କ ଆନ୍ଦୋଳନ : ସମସ୍ୟାର ସମାଧାନ ନହେଲେ ୩ ପଂଚାୟତ ଦେଲେ ଭୋଟ ବର୍ଜନ ଚେତାବନୀ

118

କନକ ବ୍ୟୁରୋ : ୩୬ ଘଂଟା ପରେ ମଧ୍ୟ ହଟିନି ଚାଷୀଙ୍କ ଆନ୍ଦୋଳନ । ସମସ୍ୟାର ସମାଧାନ ନହେଲେ ୩ ପଂଚାୟତ ଦେଲେ ଭୋଟ ବର୍ଜନ ଚେତାବନୀ । ଦୀର୍ଘ ୩୬ ଘଂଟା ହେଲା ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଂଚଳର ୩ଟି ପଂଚାୟତର ଚାଷୀ ରାସ୍ତା ଉପରେ ଧାନ ରଖି ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରଥମେ ବୁରୁଝୁରୀ ପଂଚାୟତରେ ଧାନକୁ ବାସ୍ତାକୁ ରାସ୍ତାରେ ରଖି ଚାଷୀ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ସୁମଣ୍ଡଳ ଓ ସାଙ୍କୁଡା ପଂଚାୟତରେ ମଧ୍ୟ ଚାଷୀମାନେ ଧାନ ବସ୍ତାକୁ ରାସ୍ତାରେ ରଖି ଆନ୍ଦୋଳନକୁ ଉହ୍ଲାଇଛନ୍ତି ।

ତେବେ ପ୍ରସାଶନ ର ମନମାନି ମିଲରଙ୍କ କଟନି ଛଟନିକୁ ବିରୋଧ କରି ଚାଷୀ ରାସ୍ତା ଉହ୍ଲାଇ ଥିବା ବେଳେ ୩୬ ଘଂଟା ବିତି ଯାଇଥିଲେ ମଧ୍ୟ ଏଯାବତ ପ୍ରସାଶନ ସେଠାରେ ପହଂଚିନି । ଯାହାକୁ ନେଇ ପ୍ରସାଶନ ଓ ମିଲରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିିକା ଚାଲିଥିବା ଚାଷୀ ମାନେ କହିଛନ୍ତି । ତା ସହ ଚାଷୀ ମାନଙ୍କ ସମସ୍ୟା ସମାଧାନ ନହେଲା ଯାଏଁ ଚାଷୀ ମାନେ ଆନ୍ଦୋଳନ ରୁ ଓହରିବେ ନାହିଁ ବୋଲି ଚାଷୀ ମାନେ କହିଛନ୍ତି । ସେପଟେ ମଣ୍ଡିରେ ଧାନ ନଉଠିବା କାରଣରୁ ଚାଷୀଙ୍କ ଟୋକେନ ଅବଧି ଦିନକୁ ଦିନ ସରିବା ରେ ଲାଗିଛି ।

ତେଣୁ ଟୋକେନ ଅବଧି ବୃଦ୍ଧି କରିବା ସହ କିପରି ଯାଥାଶିଘ୍ର ଚାଷୀଙ୍କ ଧାନ ଉଠିବ ଓ କଟନି ଛଟନିର ସମାଧନ ନହେଲେ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ସମସ୍ୟାର ସମାଧନ ନହେଲେ ୩ ପଂଚାୟତ ବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ୩ ଦିନ ହେଲା ରାସ୍ତା ରୋକ ଫଳରେ ବ୍ରହ୍ମପୁର ଭୁବନେଶ୍ୱର ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।