କନକ ବ୍ୟୁରୋ : ଦେଶରେ ଚାଷୀ ଆନ୍ଦୋଳନ ଆହୁରି ଚାଲିବ ୮ ମାସ । ଏନେଇ ସୂଚନା ଦେଇଛନ୍ତି ଭାରତୀୟ କିସାନ ସଂଘ ନେତା ରାକେଶ ଟିକାୟତ । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଆସନ୍ତା ମେ ୧୦ ତାରିଖ ପରେ ଆହୁରି ବ୍ୟାପକ ହେବ । ଏହି ସମୟ ବେଳକୁ ଚାଷୀ ନିଜର କ୍ଷେତରୁ ଗହମ ଓ ଆଖୁ ଅମଳ କରି ସାରିଥିବେ । ତା ପରେ ସମସ୍ତେ ନିଜର ଅଧିକାର ଓ ଜମି ପାଇଁ ସଂଘର୍ଷକୁ ଓହ୍ଲାଇବେ ।
ଭାରତୀୟ କିସାନ ସଂଘର ନେତୃତ୍ୱରେ ପ୍ରାୟ ୩୦ରୁ ଅଧିକ ଚାଷୀ ସଂଗଠନ ଦିଲ୍ଲୀରେ ଆନ୍ଦୋଳନ ଜାରି ରଖିଛନ୍ତି । ମୁଖ୍ୟ ଦାବି ରହିଛି କେନ୍ଦ୍ର ସରକାର ଆଣିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ । ଏମଏସପି ନେଇ ନୂଆ ଆଇନ ଆସୁ । ଚାଷୀଙ୍କ ଦାବି ପୂରଣ ନହେବା ଯାଏଁ ଚାଷୀ ଆନ୍ଦୋଳନ ଥମିବାର ନାଁ ଧରୁନି ବୋଲି ସ୍ପଷ୍ଟ କରିଛନ୍ତି , ଚାଷୀ ନେତା ରାକେଶ ଟିକାୟତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/79635854.jpg)