ଚାଷୀ ଆନ୍ଦୋଳନ ନେଇ କାଲି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ : କୃଷି ଆଇନ ସ୍ଥଗିତ ରଖିବ, ନା କୋର୍ଟ ହସ୍ତକ୍ଷେପ କରିବ ବୋଲି ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ

180

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ସମାଧାନ ହେଉନଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ଆଜି ଭର୍ତ୍ସନା କରିଛନ୍ତି । ଆସନ୍ତାକାଲି ଏ ନେଇ ଚୂଡାନ୍ତ ଆଦେଶ ଶୁଣାଇବେ କୋର୍ଟ । ଆବଶ୍ୟକ ହେଲେ ଆଜି ସନ୍ଧ୍ୟାସୁଦ୍ଧା ମଧ୍ୟବର୍ତୀକାଳୀନ ଆଦେଶ ଜାରି କରିପାରନ୍ତି । କୋର୍ଟ କହିଛନ୍ତି, ଯଦି ଆବଶ୍ୟକ ହୁଏ ତାହାହେଲେ ଆଦେଶ ବିଭିନ୍ନ ଭାଗରେ ବି ଆସିପାରେ । କୋର୍ଟ କହିଛନ୍ତି, ସମାଧାନ ପାଇଁ ସରକାରଙ୍କ ଉଦ୍ୟମ ନିରାଶଜନକ ।

ସରକାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା କରନ୍ତୁ ବୋଲି କୋର୍ଟ କହିଛନ୍ତି । ସରକାର କାହିଁକି ଆଇନକୁ ସ୍ଥଗିତ ରଖୁନାହାନ୍ତି ବୋଲି କହିଛନ୍ତ କୋର୍ଟ । ସର୍ବୋଚ୍ଚ କୋର୍ଟ ଆହୁରି କହିଛନ୍ତି, ଆନ୍ଦୋଳନ ଯୋଗୁଁ ଚାଷୀଙ୍କ ଜୀବନ ଯାଉଛି । ତେଣୁ ଏ ବବାଦରେ ସରକାର ହସ୍ତକ୍ଷେପ କରିବେ ନା କୋର୍ଟ ଏ ବାବଦରେ ପଦକ୍ଷେପ ନେବ । ପ୍ରଦର୍ଶନକାରୀଙ୍କୁ ଅଟକା ଯାଇପାରିବନି ତେଣୁ ସରକାର ଏକ କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ ।

ଆଜିର ଶୁଣାଣିବେଳେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଆଇନକୁ ପ୍ରତ୍ୟାହାର କରିବା ସମ୍ଭବ ନୁହେଁ । କିନ୍ତୁ ଆନ୍ଦୋଳନସ୍ଥଳରେ ସ୍ଥିତି ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ସେମାନଙ୍କ ଯତ୍ନ କିଏ ନେଉଛି । ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହା ହେଲେ କୋର୍ଟ ପଦକ୍ଷେପ ନେବେ । ଆନ୍ଦୋଳନସ୍ଥଳକୁ ଯିବା ପାଇଁ ମହିଳା ଓ ବୟସ୍କ ଲୋକଙ୍କୁ କାହିଁକି ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।