ଦିଲ୍ଲୀରେ ସରକାର-ଚାଷୀ ସଂଗଠନ ଆଲୋଚନା ଆଜି : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଜାରି ରହିଛି ଆନ୍ଦୋଳନ

ସେପଟେ ପଂଜାବରେ ୧୫୬୧ ଫୋନ୍ ଟାୱାର ଭାଙ୍ଗିଦେଲେ ଆନ୍ଦୋଳନକାରୀ, ବିହାରରେ ଚାଷୀ-ପୋଲିସ ମୁହାଁମୁହିଁ

41

କନକ ବ୍ୟୁରୋ : ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲଚନା । କୃଷି ଆଇନକୁ ବିରୋଧ କରି ଧାରଣା ଜାରି ରଖିଛନ୍ତି ଚାଷୀ ସଂଗଠନ । ଏହା ଭିତରେ ଆଜିକୁ ୩୫ ଦିନରେ ପହଂଚିଲାଣି ଆନ୍ଦୋଳନ । ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନରତ କୃଷକ ପଂଜାବରେ ମୋବାଇଲ ଫୋନ ଟାୱାରକୁ ଟାର୍ଗେଟ କରିଛନ୍ତି ।

୨ ଦିନରେ ୧୫ ଶହରୁ ଅଧିକ ମୋବାଇଲ ଟାୱାରକୁ କ୍ଷତି ପହଁଚାଇବା ପରେ ପଂଜାବ ଓ ବିହାରରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଚାଷୀଙ୍କ ଏଭଳି କାର୍ଯ୍ୟ ପାଇଁ ପଂଜାବରେ ଫୋନସେବା ବାଧାପ୍ରାପ୍ତ ହୋଇଛି । ଆନ୍ଦୋଳନରତ ଚାଷୀ ମୋବାଇଲ ଟାୱାରକୁ କ୍ଷତି ନପହଂଚାଇବା ଲାଗି ଟେଲିକମ୍ କମ୍ପାନୀଗୁଡ଼ିକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିବେଦନ କରିଥିଲେ । ଚାଷୀଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯିବା ସତ୍ୱେ ଟାୱାର ଗୁଡିକୁ ଭଙ୍ଗା ଯାଉଥିବା ସୂଚନା ମିଳିଛି ।

Comments are closed.