କନକ ବ୍ୟୁରୋ : ମାର୍ଚ୍ଚ ୧୪ରେ ଦିଲ୍ଲୀରେ ଚାଷୀ କରିବେ ମହାପଂଚାୟତ, ଫେବ୍ରୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି କରିବେ । ପୁଲିସ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ଆଣି ହରିଆଣାରେ ଆଜି ରେଳରୋକ କରାଯାଇଛି । ସେପଟେ ଦୁଇ ଦିନ ପାଇଁ ସ୍ଥଗିତ ହୋଇଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ ମୁହାଁଚାଷୀ ହେଉଥିବାବେଳେ ପୁଲିସ ସହ ଜୋରଦାର ସଂର୍ଘଷରେ କିଛି ଚାଷୀ ଆହତ ହେବା ପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । ଚାଷୀ ସଂଗଠନ କହିଛି ଏହି ଦୁଇ ଦିନରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ଦିଲ୍ଲୀ ଚଲୋ ଆନ୍ଦୋଳନରେ ଏବେ ସୁଦ୍ଧା ୨ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସହ ଅନେକ ଆହତ ହୋଇଛନ୍ତି । ଫଳରେ ଚାଷୀ ଆନ୍ଦୋଳନକଚ ଧକ୍କା ଲାଗିଛି । ସରକାରଙ୍କ ସହ ବୈଠକ ବିଫଳ ହେବା ପରେ ବିଭିନ୍ନ ରାଜ୍ୟରୁ ମାଳ ମାଳ ଚାଷୀ ଦିଲ୍ଲୀ ସୀମାରେ ପହଁଚୁଛନ୍ତି । ଶମ୍ଭୁ, ଟିକରୀ, ଚିଲ୍ଲା, ଖନୌରୀରେ ଜମିଛି ଚାଷୀଙ୍କ ମେଳି । ହରିଆଣା ପୁଲିସ ଓ ଦିଲ୍ଲୀ ପୁଲିସ ଏମାନଙ୍କୁ ରୋକିବା ପାଇଁ ପ୍ରାଣପ୍ରଣେ ଉଦ୍ୟମ କରୁଛି ।
ମାର୍ଚ୍ଚ ୧୪ରେ ଦିଲ୍ଲୀ ଚାଷୀଙ୍କ ମହାପଂଚାୟତ, ଫେବ୍ରୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି । ଦୁଇ ଦିନ ପାଇଁ ଦିଲ୍ଲୀ ଚଲୋ ଆନ୍ଦୋଳନ ସ୍ଥଗିତ
/kanak/media/post_attachments/wp-content/uploads/2024/02/1-40.jpg)