କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଖାରଜ କରିିଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । କେନ୍ଦ୍ର ସରକାର ନୂଆ ଫର୍ମୁଲା ଆଧାରରେ ଏମଏସପି ଦେବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଚାଷୀ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହାକୁ ସ୍ୱୀକାର କରିବାକୁ ସିଧା ସିଧା ମନା କରିଦେଇଛି ।
କେନ୍ଦ୍ର ସରକାର ଚାଷୀଙ୍କ ଆଗରେ ମକ୍କା, କପା, ମୁସର ସମେତ ୫ଟି ଫସଲ ଉପରେ ଏ୨+ଏଫଏଲ+୫୦% ଆଧାରରେ ଫସଲ କିଣିବାକୁ ପ୍ରସ୍ତାବ ରଖିଥିଲା । ହେଲେ କୃଷକ ମୋର୍ଚ୍ଚା ତରଫରୁ କିନ୍ତୁ ସି୨+୫୦% ଫର୍ମୁଲାରେ ଏମଏମସପି ଗ୍ୟାରେଣ୍ଟି ଦାବି କରାଯାଇଛି । କିଷାନ ମୋର୍ଚ୍ଚାର କହିବା କଥା ହେଲା, ବିଜେପି ୨୦୧୪ ମସିହାରେ ନିଜ ଘୋଷଣାପତ୍ରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା । ଯାହାକୁ ଏବେ ମନା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/65d33b90a2883-upfront-lead-farmers-protest-195353883-16x9-1.webp)