ଧାନ କିଣା ନ ଯିବା ପ୍ରତିବାଦରେ ଚାଷୀଙ୍କ ରାସ୍ତାରୋକ : ଛତ୍ରପୁର ପୋଟଲାମ୍ପୁର ପଂଚାୟତରେ ଅନ୍ନଦାତାଙ୍କ ଆନ୍ଦୋଳନ 

ବ୍ରହ୍ମୁପର-ଛତ୍ରପୁର ଓ ଗୋପାଳପୁରକୁ ପାନୀୟଜଳ ଯୋଗାଣକୁ ଅଟାଇଦେଲେ ଚାଷୀ

89

କନକ ବ୍ୟୁରୋ : ଧାନ କିଣାଯାଉନଥିବା ପ୍ରତିବାଦରେ ଚାଷୀଙ୍କ ରାସ୍ତା ରୋକ , ବାଧାପ୍ରାପ୍ତ ହେଲା ପାନୀୟ ଜଳ ଯୋଗାଣ । ଚାଷୀଙ୍କ ଏହି ପ୍ରତିବାଦ ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ ପୋଟଲାମପୁର ପଂଚାୟତରେ । ଏହି ପଂଚାୟତର ଶହ ଶହ ଚାଷୀ ଆଜି ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁରକୁ ଯାଉଥିବା ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରିଦେଇଛନ୍ତି । ଏଥିସହ ଛତ୍ରପୁର-ତାରାତାରିଣୀ ରାସ୍ତାକୁ ଅବରୋଧ କରିଛନ୍ତି । ଚାଷୀଙ୍କ ଅଭିଯୋଗ ହେଲା, ଯଥାଶୀଘ୍ର ସେମାନଙ୍କ ଧାନ କିଣାଯାଉ । ମରିଚ ଚାଷୀଙ୍କୁ ଉପଯୁକ୍ତ ମୁଲ୍ୟ ପ୍ରଦାନ କରାଯାଉ । ନଚେତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଏହି ପଂଚାୟତର ୫୦ରୁ ଅଧିକ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଯାଇଥିବା କହିଛନ୍ତି ଚାଷୀ ।