ଦିଲ୍ଲୀ ରାଜରାସ୍ତାରେ ୧୧ ଦିନରେ ଅନ୍ନଦାତାଙ୍କ ଆନ୍ଦୋଳନ: ସରକାରଙ୍କ ସହ କୃଷକଙ୍କ ପଂଚମ ପର୍ଯ୍ୟାୟ ଆଲୋଚନା ବିଫଳ ପରେ ଜାରି ରହିଛି ପ୍ରତିବାଦ

କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଚାଷୀ ନେତା ଅଟଳ । ଡିସେମ୍ବର ୯ରେ ପରବର୍ତି ଆଲୋଚନା

84

କନକ ବ୍ୟୁରୋ: ଦିଲ୍ଲୀ ରାଜରାସ୍ତାରେ ୧୧ଦିନରେ ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ । ସରକାରଙ୍କ ସହ କୃଷକଙ୍କ ପଂଚମ ପର୍ଯ୍ୟାୟ ଆଲୋଚନା ବିଫଳ ପରେ ଜାରି ରହିଛି ପ୍ରତିବାଦ । ଚାଷୀ ନିଜ ଜିଦରେ ଅଟଳ, ପୁଣି ବିଫଳ ହୋଇଛି ସରକାରଙ୍କ ସହ ଆଲୋଚନା । ବୈଠକରୁ ବାହାରିଲାନି ବାଟ । କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ପଂଚମ ପର୍ଯ୍ୟାୟ ବୈଠକ ପରେ ବି କୌଣସି ନିର୍ଷ୍କଷ ବାହାରିପାରିନାହିଁ । ନୂଆ କୃଷି ଆଇନକୁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଟଳ ରହିଛନ୍ତି । ଆଇନରେ କିଛି ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାର ସଂକେତ ଦେଇଥିଲେ ବି ଏଥିରେ କୃଷକ ସଂଗଠନ ରାଜି ହୋଇନାହାନ୍ତି । ଏହି ବୈଠକ ବିଫଳ ହେବା ପରେ ଆସନ୍ତା ୯ ତାରିଖରେ ପୁଣି ଥରେ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏନେଇ ଚାଷୀ ସଂଗଠନକୁ ପ୍ରସ୍ତାବ ଦିଆଯିବ ବୋଲି କୁହାଯାଇଛି ।

ତେବେ ଆନ୍ଦୋଳନରେ ଥିବା ବୟସ୍କ ଓ ଶିଶୁମାନଙ୍କ ଘରକୁ ଫେରି ଯିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ଅନୁରୋଧ କରିଚନ୍ତି । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମର କହିଛନ୍ତି, ଏମଏସପି ଜାରି ରହିବ । ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବାକୁ ପଦକ୍ଷେପ ନିଆଯିବ, ଯାହା ବି ନିଷ୍ପତି ନିଆଯିବ ଚାଷୀଙ୍କ ସ୍ୱାର୍ଥକୁ ଆଖିରେ ରଖି ନିଆଯିବ ବୋଲି କହିଛନ୍ତି କୃଷିମନ୍ତ୍ରୀ । ଆଉ ଏସବୁ ଭିତରେ ଗତକାଲି ଆସନ୍ତା ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ କୃଷକ ସଂଗଠନ । ଆଜିର ବୈଠକ ଫେଲ ମାରିଥିବାରୁ ୮ ତାରିଖର ଭାରତ ବନ୍ଦ, ଜୋରଦାର ହେବା ଆଶଙ୍କା ପ୍ରକାଶ ପାଇଛି । ସାରା ଦେଶର ଚାଷୀ ସଂଗଠନର କର୍ମକର୍ତା ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନ ପାଇଁ ପହଁଚିଛନ୍ତି । ଭାରତ ବନ୍ଦ ଡାକରାକୁ ଅନ୍ୟ ସଂଗଠନର ସମର୍ଥନ ମିଳିବାରେ ଲାଗିଛି ।