ଅଧିକ ଧାନ କିଣିବା ଦାବି କରି ସମ୍ବଲପୁରରେ ଚାଷୀ ଆନ୍ଦୋଳନ : ଜାତୀୟ ରାଜପଥରେ ଧାନ ଗାଡି ରଖି ରାସ୍ତା ଅବରୋଧ

ଟୋକନ ଓ ଏକର ପିଛା ଧାର୍ଯ୍ୟ ହୋଇଥିବା ଧାନର ପରିମାଣ ବୃଦ୍ଧି ପାଇଁ ଦାବି

88

କନକ ବ୍ୟୁରୋ : ଆନ୍ଦୋଳନରେ ରାଜ୍ୟର ଚାଷୀ ସଂଗଠନ । ଅଧିକ ଧାନ କିଣା ଦାବିରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ । ସମ୍ବଲପୁର ଚୌଧୁରୀ ଛକରେ ଜାତୀୟ ରାଜପଥ ଉପରେ ଧାନ ଗାଡ଼ି ରଖି ରାସ୍ତା ଅବରୋଧ କଲେ ଚାଷୀ । ବମ୍ବେ ଓ କଲିକତା ରାସ୍ତା ଅବରୋଧ କରିଛନ୍ତି ଚାଷୀ ।

ରାସ୍ତା ବନ୍ଦ ପାଇଁ ଉଭୟ ପାଶ୍ୱର୍ରେ ଅଟକି ରହିଛି ଶହ ଶହ ଗାଡ଼ି । ଯାତାୟତ ବାଧାପ୍ରାପ୍ତ ହୋଇଛି । ଟୋକନ ଓ ଏକର ପିଛା ଧାର୍ଯ୍ୟ ହୋଇଥିବା ଧାନର ପରିମାଣ ବୃଦ୍ଧି ପାଇଁ ଦାବି କରିି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ସେହିପରି ବରଗଡ଼, ପାଟଣାଗଡ଼ରେ ମଧ୍ୟ ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ।