କନକ ବ୍ୟୁରୋ: ପୁଣି ପଦ୍ମପୁରରେ ତେଜିଲା ଚାଷୀ ଆନ୍ଦୋଳନ । ହାତରେ ପ୍ଲା କାର୍ଡ ଧରି ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି । ବିଭିନ୍ନ ସମସ୍ୟାକୁ ନେଇ ପଦ୍ମପୁରରେ ଏକତ୍ରିତ ହୋଇଛନ୍ତି ପ୍ରାୟ ପାଞ୍ଚ ହଜାରରୁ ଅଧିକ ଚାଷୀ । ଦୀର୍ଷ ୩୬୫ ଦିନ ରୁ ଅଧିକ ଦିନ ହେବ ଚାଷୀ ମାନେ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଇନପୁଟ ସବସିଡି, ବୀମା ରାଶି, ଋଣ ଛାଡ, ସମସ୍ତ ଜମିକୁ ଜଳ ସେଚନ ବ୍ୟବସ୍ଥା , ବିଦ୍ୟୁତ ବିଲ ଛାଡ, ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଆଦି ଦାବି ନେଇ ରାଜବୋଡାସମ୍ବର କୃଷକ ସଂଗଠନ ୨୦୨୨ ନଭେମ୍ବର ୧ ତାରିଖରୁ ଏହି ଆନ୍ଦୋଳନ ଜାରି ରଖିଛି । ଏହାକୁ ନେଇ ଗତକାଲି ଏହି ଅନ୍ଦୋଳନରେ ହଜାର ହଜାର ଚାଷୀ ଏକାଠି ହୋଇ ସ୍ୱର ଉଠାଇଥିଲେ । ସରକାର ସେମାନଙ୍କ ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଉଗ୍ର ରୂପ ଧାରଣ କରିବ ବୋଲି କହିଛନ୍ତି ଚାଷୀ ନେତା ।