ଗତ ଡିସେମ୍ବରରୁ ଜର୍ମାନୀରେ ଆରମ୍ଭ ହୋଇଥିବା କୃଷକମାନଙ୍କ ଆନ୍ଦୋଳନ ଧୀରେ ଧୀରେ ତୀବ୍ର ହେବାରେ ଲାଗିଛି । ପ୍ରବଳ ଶୀତ ସତ୍ତ୍ୱେ କୃଷକମାନେ ଟ୍ରାକ୍ଟର ଏବଂ ଟ୍ରକ ସହିତ ରାସ୍ତାରେ ଠିଆ ହୋଇଛନ୍ତି । ସରକାର ସବସିଡି ହ୍ରାସ ନିଷ୍ପତ୍ତି ପ୍ରତ୍ୟାହାର ନ କରିଛନ୍ତି ସେ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।
ଜର୍ମାନୀରେ କୃଷକମାନଙ୍କର ଏକ ବଡଧରଣର ଆନ୍ଦୋଳନ ଚାଲିଛି । ଯେଉଁଥିପାଇଁ କୃଷକମାନେ ଭାରତ ପରି ଟ୍ରାକ୍ଟର ଧରି ରାଜରାସ୍ତାକ ଓଲହାଇଛନ୍ତି । ରାଜଧାନୀ ବର୍ଲିନ୍ ସମେତ ଦେଶର ଅନ୍ୟ ବଡ ସହରରେ ଟ୍ରାକ୍ଟରଗୁଡିକର ଲମ୍ବା ଧାଡି ଦେଖିବାକୁ ମିଳୁଛି । କୃଷକମାନେ ରାସ୍ତା ଅବରୋଧ କରିଛନ୍ତି । ଯେଉଁ କାରଣରୁ ଟ୍ରାଫିକ୍ ବ୍ୟାହତ ହେଉଛି ।
ଜର୍ମାନୀ ସମେତ ୟୁରୋପର ଅନେକ ଦେଶକୁ କୃଷକଙ୍କ ଏ ବିରୋଧ ପ୍ରଭାବିତ କରୁଛି ।
ବାସ୍ତବରେ ଦେଶର କୃଷକମାନେ ସରକାର ଦେଉଥିବା ସବସିଡିକୁ ହ୍ରାସ କରିବା ଯୋଗୁ ଅସନ୍ତୁଷ୍ଟ ଅଛନ୍ତି । ଯେଉଁଥିପାଇଁ ସେମାନେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରଦର୍ଶନ ସମୟରେ କୃଷକମାନେ ରାସ୍ତା ଉପରେ ଗୋବର ଖତ ପକାଇ ଟ୍ରାକ୍ଟର ଏବଂ ଟ୍ରକ ଦ୍ଵାରା ରାସ୍ତା ଅବରୋଧ କରିଛନ୍ତି । ଏହି ପ୍ରତିବାଦ ଯୋଗୁଁ ଫ୍ରାନ୍ସ, ପୋଲାଣ୍ଡ ଏବଂ ଚେକ ରିପବ୍ଲିକ୍ ସହିତ ଜର୍ମାନୀ ସୀମାରେ ଏକ ବଡ଼ ସମସ୍ୟା ଦେଖାଦେଇଛି । ସୀମାଦେଇ ଦେଶମାନଙ୍କୁ ଯିବା ଆସିବା ସମ୍ପୂର୍ଣ ରୂପେ ବ୍ୟାହାତ ହେଉଛି ।
This is Germany.
— sonofabench (@therealmrbench) January 8, 2024
Farmers are protesting.
Danish farmers are going in.
Polish truckers are also joining.
Freedom convoy
Where is the media? #Bauernprotesten #Bauernprotestepic.twitter.com/MLmZoRgzKc
ପ୍ରବଳ ଶୀତ ସତ୍ତ୍ୱେ ଚାଷୀମାନଙ୍କ ପ୍ରଦର୍ଶନ
ପ୍ରବଳ ଶୀତ ମଧ୍ୟରେ ଏହି ଆନ୍ଦୋଳନ ରାଜରାସ୍ତାରେ ଚାଲିଛି ଏହି ଆନ୍ଦୋଳନ ସମୟରେ ପୋଲିସ ସହିତ ସେମାନଙ୍କର ଠେଲାପେଲା ମଧ୍ୟ ଚାଲିଛି । ପୋଲିସ ସେମାନଙ୍କୁ ଘଉଡାଇବାକୁ ବଳପ୍ରୟୋଗ କରିଥିଲା । କୃଷକମାନେ ମଧ୍ୟ ସେମାନଙ୍କ ଦାବିରେ ଅଟଳ ରହିଛନ୍ତି । ଯଦି ସରକାର ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ସେମାନଙ୍କ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି କୃଷକମାନେ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ଦାବି ସମ୍ପର୍କରେ କୃଷକମାନେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କର ଦାବି ଯଥାଶୀଘ୍ର ପୂରଣ କରାଯାଉ ।
ସରକାର ସବସିଡି ହ୍ରାସ କରିଛନ୍ତି
ଗତ ବର୍ଷ ଡିସେମ୍ବରରେ ଜର୍ମାନ ସରକାର କୃଷକମାନଙ୍କୁ ଦିଆଯାଉଥିବା ସବସିଡିକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଅବଧି ମଧ୍ୟରେ ସରକାର ଚାଷ ପାଇଁ ବ୍ୟବହୃତ ଡିଜେଲ ଉପରେ ଟ୍ୟାକ୍ସ ଫେରସ୍ତ ନେଇଥିଲେ ଏବଂ ଟ୍ରାକ୍ଟର ଉପରେ ଦିଆଯାଇଥିବା ରିହାତିକୁ ରଦ୍ଦ କରିଦେଇଥିଲେ । ସରକାର ବିଶ୍ୱାସ କରନ୍ତି ଯେ ଏହି ରିହାତି ରଦ୍ଦ ସରକାରୀ ଅର୍ଥ ସଞ୍ଚୟ କରିବାରେ ସହାୟକ ହେବ । ଏହି କଟ୍ ଦ୍ୱାରା ସରକାର ପ୍ରାୟ ୯୦ କୋଟି ୟୁରୋ ସଞ୍ଚୟ କରିବେ ବୋଲି ଅନୁମାନ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ କୃଷକମାନେ ଅସନ୍ତୁଷ୍ଟ ଅଛନ୍ତି । ଡିସେମ୍ବରରେ ସେମାନେ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ରାସ୍ତାକୁ ଓଲହାଇଥିଲେ । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ସରକାର ସେମାନଙ୍କ ଦାବି ନ ମାନିବା ଯାଏ ଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି ।