ସରକାରଙ୍କୁ ଚାଷୀଙ୍କ ଚେତାବନୀ: କୃଷି ଆଇନ ପ୍ରତ୍ୟାହାର ନ ହେଲେ ଶେଷ ହେବନି ଆନ୍ଦୋଳନ; କାଲିର ଭାରତ ବନ୍ଦ ଡାକରାକୁ ଚାରିଆଡୁ ସମର୍ଥନ

ସପକ୍ଷରେ ବାହାରିଲେ କଂଗ୍ରେସ ସମେତ ୧୮ ରାଜନୈତିକ ଦଳ

125

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ୧୨ ଦିନ ହେବ ଧାରଣା ଚାଷୀ ସଂଗଠନ । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ପୁଣି ଥରେ ସରକାରଙ୍କୁ ଚେତାବନି ଦେଇଛନ୍ତି ଚାଷୀ । କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଶେଷ ହେବନି । ଆସନ୍ତାକାଲି ଭାରତ ଭାରତ ବନ୍ଦ ଆନ୍ଦୋଳନ ହେବ ବୋଲି କହିଛନ୍ତି ଚାଷୀ । ଦିଲ୍ଲୀ ସିଂଘୁ ବର୍ଡ଼ରରେ ଚାଷୀ ସଂଗଠନ ପକ୍ଷରୁ ଗୁରୁତ୍ୱପୁର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ କେନ୍ଦ୍ର ସରକାରଙ୍କୁ କଡ଼ା ସନ୍ଦେସ ଦେଇଥିଲେ ଥିଲେ ଚାଷୀ ।

ଏପରକି ଚାଷୀଙ୍କ ପକ୍ଷରୁ କୁହାଯାଇଛି ନିଜ ଦାବିରେ ସେମାନେ ବୁଝାମଣା କରିବେନି । ଏହା ସହ ଚାଷୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ ଆମେ ଶୁଣୁ । ଏବେ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ମନର କଥା ଶୁଣନ୍ତୁ । କୃଷି ଆଇନ ପ୍ରତ୍ୟାହର କର ନଚେତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ଡ଼ିସେମ୍ବର ୮ରେ ଚାଷୀ ଆନ୍ଦୋଳନକୁ ବିରୋଧୀ ମଧ୍ୟ ସମର୍ଥନ କରିଛନ୍ତି । କଂଗ୍ରେସ, ଶିବସେନା, ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା, ତେଲେଙ୍ଗାନା ରାଷ୍ଟ୍ର ସମିତି, ବାମ ଦଳ ସମେତ ୧୮ଟି ରାଜନୈତିକ ଦଳ ଆସନ୍ତାକାଲିର ଭାରତବନ୍ଦକୁ ସମର୍ଥନ କରିଛନ୍ତି ।