କନକ ବ୍ୟୁରୋ : ୩ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଦିଲ୍ଲୀ ପହୁଁଛନ୍ତି ଶହ ଶହ ଚାଷୀ । ରେଳଲାଇନଠୁ ରାଜପଥ । ସବୁଠି ଦେଖିବାକୁ ମିଳୁଛି ପ୍ରଦର୍ଶନ ।ପଂଜାବରେ ଚାଷୀମାନେ ରେଳଧାରଣା ଉପରେ ବସି ଆନ୍ଦୋଳନ କରିଛନ୍ତି । ଯାହା ପାଇଁ ଏହି ରୁଟ ଦେଇ ଯାଉଥିବା ସମସ୍ତ ଟ୍ରେନ ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀ ସୀମାରେ ଏବେ ରଣଭୂମି ପାଲଟିଛି । କେଉଁଠି ଲାଠିମାଡ ତ ପୁଣି କେଉଁଠି ଲୁହବୁହା ଗ୍ୟାସର ପ୍ରୟୋଗ । ସଂଘର୍ଷ, ପ୍ରତିବାଦ ଓ ଦାବି ଭିତରେ ଉଠୁଛି ପଡୁଛି ଦିଲ୍ଲୀ ସହ ଥିବା ହରିଆଣା, ପଂଜାବ, ଉତରପ୍ରଦେଶ ସୀମା । ସୂଚନା ଅନୁସାରେ.....
-ପୁଲିସକୁ ଚକମା ଦେଇ ଚାଷୀମାନେ ଗୁଡ଼ି ସାହାଯ୍ୟରେ ଡ୍ରୋନକୁ ଖସାଉଛନ୍ତି
-ଲୁହବୁହା ଗ୍ୟାସ ଉପରେ ପାଣି ଫିଙ୍ଗି ତାକୁ ନିଷ୍କ୍ରିୟ କରୁଛନ୍ତି
-ପୁଲିସର ଲାଠି ପାହାରରୁ ବଂଚିବା ପାଇଁ ସ୍ୱତନ୍ତ୍ର ଜ୍ୟାକେଟ ପିନ୍ଧୁଛନ୍ତି ପ୍ରଦର୍ଶନକାରୀ
-କେମିକାଲ ପାଣି ସ୍ପ୍ରେରୁ ରକ୍ଷା ପାଇଁ ପିପିଇ କିଟ ପିନ୍ଧୁଛନ୍ତି
- ଲୁହାବୁହା ଗ୍ୟାସରୁ ରକ୍ଷା ପାଇବା ପାଇଁ ପଂଖା ବ୍ୟବହାର କରୁଛନ୍ତି
-ପ୍ରଦର୍ଶନ ସମୟରେ ହାଇଟେକ୍ ମଡେଲର ଟ୍ରାକ୍ଟର ବ୍ୟବହାର କରୁଛନ୍ତି
ଆନ୍ଦୋଳନ ଭିତରେ ବସିଛି କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ବୈଠକ । ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ଆଲୋଚନା କରୁନ୍ତୁ । ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ ଅନୁମତି । ଏମଏସପି ଉପରେ ଆଇନ ଦାବି ଉପରେ ଚର୍ଚ୍ଚା କରାଯାଇଛି ।
ଶୁକ୍ରବାର ୟୁନାଇଟେଡ କିସାନ ମୋର୍ଚ୍ଚ ଓ କିସାନ ମଜଦୁର ସମିତି ସମେତ ୨୬ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏଥିରେ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସାମିଲ ହେବ । ଯଦିଓ ସମ୍ପୂର୍ଣ୍ଣ ଭାରତ ବନ୍ଦ ନୁହେଁ ତଥାପି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶର ପ୍ରମୁଖରାସ୍ତା ଚକାଜାମ କରିବେ ।
ଏମଏସପି ଉପରେ ଆଇନ ଓ ଋଣ ଛାଡ ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ ସଂଗଠନ । ପଂଜାବ-ହରିଆଣାର ପ୍ରାୟ ୨ଶହ କୃଷକ ସଂଗଠନର ୨୦ହଜାରରୁ ଅଧିକ ଚାଷୀ ସାମିଲ