ବିଜେପି ରାଜ୍ୟସଭା ସଦସ୍ୟ ରାମ ଚନ୍ଦର ଜାଙ୍ଗରା ଆଜି ହରିୟାଣାର ହିସାର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ କୃଷକଙ୍କ ଏକ ଗୋଷ୍ଠୀ ତାଙ୍କୁ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି। ସାଂସଦ ଶ୍ରୀ ଜାଙ୍ଗରା ନରନାଉଣ୍ଡ ସହରରେ ଏକ ଧର୍ମଶାଳାର ଇଦ୍ଘାଟନ କରିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ଜାଣିବାକୁ ମିଳିଛି। ଅନ୍ୟ ପକ୍ଷରେ ସାଂସଦ ଏହାକୁ ଏକ ହତ୍ୟା ଉଦ୍ୟମ ବୋଲି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିବାଦୀୟ କୃଷି ଆଇନ ବିରୋଧରେ କୃଷକମାନେ ଧାରଣା ଆନ୍ଦୋଳନ ଚଳାଇଥିବାରୁ ସାଂସଦଙ୍କ ସଭାସ୍ଥଳରେ ବ୍ୟାପକ ବ୍ୟାରିକେଡ଼ିଂ କରାଯିବା ସହ କୃଷକମାନଙ୍କୁ ଭିତରକୁ ଛଡ଼ା ଯାଇ ନଥିଲା। ତଥାପି କୃଷକମାନେ ସଭା ଭିତରକୁ ଧସେଇ ପଶିବା ସହ ସାଂସଦଙ୍କୁ ବିରୋଧ କରି ସ୍ଲୋଗାନ୍ ଦେଇଥିଲେ ଓ କଳାପତାକା ପ୍ରଦର୍ଶନ କରିଥିଲେ। ପୁଲିସ ଏହି ଅଞ୍ଚଳରେ ପ୍ରବଳ ବ୍ୟାରିକେଡ୍ କରିଥିଲା ମଧ୍ୟ ବିପୁଳ ଜନତାଙ୍କୁ ନିୟନ୍ତ୍ରଣ କରିପାରି ନଥିଲା। ଅନ୍ୟପକ୍ଷରେ ସଭାସ୍ଥଳରେ ସାଂସଦଙ୍କ ସମର୍ଥକମାନେ ଆନ୍ଦୋଳନକାରୀ କୃଷକଙ୍କ ସହ ମୁହାଁମୁହିଁ ହୋଇ ଯାଇଥିଲେ ।
ଏହି ସମୟରେ ସାଂସଦ ଯେତେବେଳେ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ କୃଷି ଆଇନକୁ ନେଇ କୃଷକମାନଙ୍କର କୌଣସି ବିରୋଧ ନାହିଁ। ଯେଉଁମାନେ କୃଷି ଆଇନର ବିରୋଧ କରୁଛନ୍ତି ସେମାନେ ସବୁ ‘ଗାଁର ବେକାରିଆ (ଚାକିରି ନଥିବା) ମଦୁଆ’। ଯେଉଁମାନେ ଆନ୍ଦୋଳନ ନାମରେ ଗଣ୍ଡଗୋଳ କରୁଛନ୍ତି। ହେଲେ ସାଂସଦଙ୍କ ଏ ଭାଷଣ ଶୁଣି ଆନ୍ଦୋଳନକାରୀ କୃଷକମାନେ ଉତ୍ୟକ୍ତ ହୋଇପଡ଼ି ସାଂସଦଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ସହ ବାଡ଼େଇ ଭାଙ୍ଗି ଦେଇଥିଲେ ।