କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସୀମାରେ ଚାଷୀମାନେ ୯ ମାସରୁ ଉର୍ଦ୍ଧ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ଏହାସହ ବିଭିନ୍ନ ରାଜ୍ୟରେ କୃଷକମାନେ ବିଜେପିର ନେତା ଓ ମନ୍ତ୍ରୀମାନଙ୍କ ଗସ୍ତକୁ ବିରୋଧ କରୁଛନ୍ତି । ଏହି କ୍ରମରେ ଆଜି ହରିଆଣାରେ କୃଷକମାନେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ଏକ କାର୍ଯ୍ୟକ୍ରମକୁ ବିରୋଧ କରିବାରୁ ପୋଲିସ ବର୍ବର ଭାବେ ଚାଷୀମାନଙ୍କ ଉପରେ ଲାଠିଚାର୍ଜ କରି ସେମାନଙ୍କୁ ଲହୁ ଲୁହାଣ କରିଛି ।
କହିରଖୁ କି ହରିଆଣା ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତ ଚଳାଇଛି । ଏହି କ୍ରମରେ ଆଜି କରନାଲ ଠାରେ ବିଜେପି ପକ୍ଷରୁ ଏକ ଜନସଭା ଅନୁଷ୍ଠିତ ହେବାକୁ ଥିଲା । ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସହ ୬ ବିଜେପି ସାଂସଦ,୬ ରାଜ୍ୟସଭା ସାଂସଦ, ୧୨ ଜଣ ବିଜେପି ବିଧାୟକଙ୍କ ସମେତ ବିଜେପିର ଅନେକ ବରିଷ୍ଠ ନେତା ଯୋଗଦେବାର ଥିଲା । ହେଲେ କୃଷକମାନେ ମୁଖ୍ୟତ ମନୋହରଲାଲ ଖଟ୍ଟରଙ୍କ ଗସ୍ତକୁ ବିରୋଧ କରି ବସତାଡା ଟୋଲ ପ୍ଲାଜା ନିକଟରେ ଧାରଣା ଦେଇଥିଲେ । ଫଳରେ ସଭାସ୍ଥଳକୁ ମୁଖ୍ୟମନ୍ତ୍ରୀ ଜିବାରେ ଅସୁବିଧା ହୋଇଥିଲା । ଏନେଇ ପୋଲିସ ପ୍ରଥମେ କୃଷକମାନଙ୍କୁ ଆନ୍ଦୋଳନ ସ୍ଥଳରୁ ହଟିଯିବାକୁ ଚେତାବନୀ ଦେଇଥିଲା । ମାତ୍ର କୃଷକମାନେ ପୋଲିସର କଥାକୁ କର୍ଣ୍ଣପାତ ନକରିବାରୁ ପୋଲିସ ଆଖିବୁଜା ଲାଠିଚାର୍ଜ କରିଥିଲା । ଏଥିରେ ଅନେକ କୃଷକ ଲହୁ ଲୁହାଣ ହୋଇଥିଲେ । ଏହି ଖବର ପ୍ରସାରିତ ହେବା ପରେ ରାଜ୍ୟର କୃଷକମାନେ ଅନେକ ସ୍ଥାନରେ ଟୋଲପ୍ଲାଜା ବନ୍ଦ କରିବା ସହ ରାସ୍ତାରେ ଧାରଣା ଦେଇ୍ଥିବା ଦେଖିବାକୁ ମିଳିଛି ।
Haryana: Farmers block Panchkula-Shimla Highway near Chandimandir Toll Plaza in Panchkula to protest the lathi charge in Karnal pic.twitter.com/ZmcPXU93xp
— ANI (@ANI) August 28, 2021
ଏହି ଘଟଣା ପରେ ଭାରତୀୟ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୁରନାମ ସିଂ ଚଢୁନି ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହ ନିଜ ନିଜ କ୍ଷେତ୍ରରେ ଟୋଲ ପ୍ଲାଜା ଆଗରେ ଧାରଣା ଦେବାକୁ ରାଜ୍ୟର କୃଷକମାନଙ୍କୁ ଏକ ଭିଡିଓ ଜାରି କରି ଅନୁରୋଧ କରିଛନ୍ତି । ସେ କହିଛନ୍ତି କି କୃଷକମାନଙ୍କୁ ଅମାନବୀୟ ଭାବେ ପିଟିଛି ପୋଲିସ ।